କୋଭିଡ୍ ପର-ପ୍ରଭାବରେ ବଢ଼ୁଛି ଆତ୍ମହତ୍ୟା

କୋଟାରେ ପୁଣି ଆତ୍ମହତ୍ୟା: ୩ ମାସରେ ଅଷ୍ଟମ

The Financial Express

ସିକାଗୋ : କୋଭିଡ୍-୧୯ର ପ୍ରଥମ ଓ ଦ୍ବିତୀୟ ଲହରରେ ପୀଡ଼ିତ ହୋଇ ଯେଉଁମାନଙ୍କର ମୃତ୍ୟୁ ଘଟିଛି ସେମାନଙ୍କ କଥା ଅଲଗା କିନ୍ତୁ ଯେଉଁମାନେ ବଞ୍ଚିଯାଇଛନ୍ତି, କୋଭିଡ୍‌ର ପରବର୍ତ୍ତୀ ପ୍ରଭାବ ସେମାନଙ୍କୁ ଛାଡ଼ୁନାହିଁ। ପ୍ରାୟ ୨୦୦ରୁ ଅଧିକ ଲକ୍ଷଣ ଥିବା କୋଭିଡ୍‌-ପର ପ୍ରଭାବକୁ କୁହାଯାଉଛି ‘ଲଙ୍ଗ୍ କୋଭିଡ୍‌’। ସମ୍ପ୍ରତି ଦେଖାଯାଉଥିବା ଆତ୍ମହତ୍ୟା ବୃଦ୍ଧି ଘଟଣା ସହ ଏହି ‘ଲଙ୍ଗ୍ କୋଭିଡ୍‌’ର ସମ୍ପର୍କ ଅଛି ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର କହିବା ଅନୁସାରେ ହାଲିଆ ଲାଗିବା, ଜ୍ବର, ମୁଣ୍ଡବିନ୍ଧା ଆଦି ମଧ୍ୟ କୋଭିଡ୍‌ର ପର-ପ୍ରଭାବ ହୋଇପାରେ, ଯାହା ଅନ୍ୟ ଏକ ରୋଗ ପରି ଜଣାପଡ଼େ। ଆମେରିକା ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏବଂ ବ୍ରିଟେନର ତଥ୍ୟ ସଂଗ୍ରହ ସଂସ୍ଥା ମିଳିତ ଭାବେ କରିଥିବା ଅନୁଧ୍ୟାନରୁ ଲଙ୍ଗ୍ କୋଭିଡ୍ ଆତ୍ମହତ୍ୟା ବୃଦ୍ଧିର ଅନ୍ୟତମ କାରଣ ବୋଲି ଜଣାପଡ଼ିଛି। ନ୍ୟୁୟର୍କର ମାଉଣ୍ଟ ‌ସିନାଇ ହେଲ୍‌ଥ ସିଷ୍ଟମ୍‌ର ମାନସିକ ରୋଗ ଚିକିତ୍ସକ ଇଓ ଶେର ଏହାକୁ ସ୍ବୀକାର କରିଛନ୍ତି।

ବର୍ତ୍ତମାନ ଗବେଷକମାନଙ୍କ ମଧ୍ୟରେ ଏକ ପ୍ରଶ୍ନ ଉଠିଛି ଯେ, କୋଭିଡ୍ ଭଲ ହେବା ପରେ ବି ଆତ୍ମହତ୍ୟା ଚିନ୍ତା ଆସୁଛି କାହିଁକି? ଭୂତାଣୁମାନେ ଆଉ ବ୍ରେନ୍ ବାୟୋଲୋଜିକୁ ବଦଳାଇ ଦେଉନାହାନ୍ତି ତ? କିମ୍ବା ପୂର୍ବରୁ ସେମାନେ ଯେପରି କାମ କରୁଥିଲେ ଏବେ କରିପାରୁ ନ ଥିବାରୁ ଏପରି ଚିନ୍ତା ଆସୁଛି? ଶେରଙ୍କ କହିବା ଅନୁସାରେ ଶାରୀରିକ ଯନ୍ତ୍ରଣା ସାଧାରଣତଃ ଆତ୍ମହତ୍ୟାର ମୁଖ୍ୟ କାରଣ। ତା’ ପଛକୁ ରହିଛି ମସ୍ତିଷ୍କ ପ୍ରଦାହ। ବୈଜ୍ଞାନିକମାନେ ଲଙ୍ଗ୍ କୋଭିଡ୍‌କୁ ଉକ୍ତ ଯନ୍ତ୍ରଣା ଓ ମସ୍ତିଷ୍କ ପ୍ରଦାହ ପାଇଁ ଦାୟୀ କରିଛନ୍ତି ଏବଂ ଆତ୍ମହତ୍ୟା ସହ ଲଙ୍ଗ୍ କୋଭିଡ୍‌ର ସମ୍ପର୍କ ଅଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe