ମୁସଲମାନ ଧର୍ମ ଛାଡି ହିନ୍ଦୁ ଧର୍ମ ଆପଣାଇବେ ଇଣ୍ଡୋନେସିଆର ଦିବଙ୍ଗତ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ

Advertisment
ମୁସଲମାନ ଧର୍ମ ଛାଡି ହିନ୍ଦୁ ଧର୍ମ ଆପଣାଇବେ ଇଣ୍ଡୋନେସିଆର ଦିବଙ୍ଗତ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ

photo-world today news

ନୂଆଦିଲ୍ଲୀ: ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକମାବତୀ ସୁକର୍ଣ୍ଣୋପୁତ୍ରି ଇସଲାମ ଧର୍ମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୨୬ରେ ସେ ଏକ ସ୍ୱତନ୍ତ୍ର ପୂଜାରେ ଯୋଗଦେବେ ଏବଂ ହିନ୍ଦୁ ଧର୍ମ ମଧ୍ୟ ଗ୍ରହଣ କରିବେ। ମଙ୍ଗଳବାର ଦିନ ସୁକର୍ଣ୍ଣୋ ହେରିଟେଜ୍ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କର ତୃତୀୟ ଝିଅ ସୁକମାବତୀ ହୋଇଥିବାବେଳେ ପୂର୍ବତନ ରାଷ୍ଟ୍ରପତି ମେଗାବତୀ ସୁକର୍ଣ୍ଣୋପୁତ୍ରିଙ୍କର ସେ ହେଉଛନ୍ତି ସାନ ଭଉଣୀ। ସୁକମାବତୀ ସୁକର୍ଣ୍ଣୋପୁତ୍ରି, ଇଣ୍ଡୋନେସିଆରେ ରୁହନ୍ତି ଏବଂ ୨୦୧୮ରେ, ଆଂଚଳିକ ଇସଲାମ ଗୋଷ୍ଠୀ ତାଙ୍କ ବିରୁଦ୍ଧରେ ନିନ୍ଦା ଅଭିଯୋଗ ଆଣିଥିଲେ।

ପ୍ରକୃତରେ ସୁକମାବତୀ ଏକ କବିତା ସେୟାର କରିଥିଲେ, ଯାହାକୁ ନେଇ ଅଭିଯୋଗ ହୋଇଥିଲା ଯେ ସେ ଇସଲାମ ଧର୍ମକୁ ଅପମାନିତ କରିଛନ୍ତି। ଏହି ଘଟଣା ପରେ ସୁକମାବତୀ ମଧ୍ୟ ତାଙ୍କ କବିତା ପାଇଁ କ୍ଷମା ମାଗିଥିଲେ। ଅବଶ୍ୟ, ଏହା ପରେ ମଧ୍ୟ ବିବାଦ ଶେଷ ହେବା ପରି ମନେ ହେଉ ନଥିଲା ଏବଂ ତାଙ୍କୁ ଅନେକ ସମୟରେ ସମାଲୋଚନା କରାଯାଉଥିଲା।

ସୂଚନା ଥାଉ କି ସୁକର୍ଣ୍ଣୋଙ୍କ ସମୟରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଭଲ ଥିଲା। ବିଶେଷ କରି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁଙ୍କ ନିର୍ଦ୍ଦେଶରେ ବୈମାନିକ ବିଜୁ ପଟ୍ଟନାୟକ ଫରାସୀ ସେନାଙ୍କ ଗୁଳିଗୋଳାକୁ ଭ୍ରୂକ୍ଷେପ ନକରି ଅଦମ୍ୟ ସାହସ ଓ କୌଶଳ ପ୍ରଦର୍ଶନ କରି ଇଣ୍ତୋନେସିଆର ନେତାମାନଙ୍କୁ(ଆତ୍ମଘୋଷିତ ଇଣ୍ତେନେସିଆର ପ୍ରମୁଖ ସ୍ବାଧୀନତା ସ˚ଗ୍ରାମୀ ସୁକର୍ଣ୍ଣ, ମହମ୍ମଦ ହାତ୍ତା ଓ ସୁତାନ୍‌ ସାହିରିର‌) ନିରାପଦରେ ଦିଲ୍ଲୀ ନେଇ ଆସିଥିଲେ। ଏହି ନେତାମାନେ ପରବର୍ତ୍ତୀ ସମୟରେ ଯଥାକ୍ରମେ ସେ ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe