Vibes Of India
ଜାକର୍ତ୍ତା: ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ କନ୍ୟା ସୁକମାବତୀ ସୁକର୍ଣ୍ଣପୁତ୍ରୀ (୬୯) ଇସ୍ଲାମ ଧର୍ମ ଛାଡ଼ି ହିନ୍ଦୁଧର୍ମ ଗ୍ରହଣ କରିଛନ୍ତି। ବାଲିର ବୁଲେଙ୍ଗସ୍ଥିତ ସୁକର୍ଣ୍ଣୋ ସେଣ୍ଟର ହେରିଟେଜ୍ରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରୀତିନୀତି ଅନୁଯାୟୀ ସୁକମାବତୀ ଧର୍ମ ପରିବର୍ତ୍ତନ କରିଥିଲେ। ଏହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ପୂଜାରୀ ମନ୍ତ୍ର ଉଚ୍ଚାରଣ କରି ସୁକମାବତୀଙ୍କ ଉପରେ ପବିତ୍ର ଜଳ ସିଞ୍ଚନ କରିଥିଲେ। ପରମ୍ପରା ଅନୁଯାୟୀ ଆଳତି କରାଯାଇଥିଲା। ସମସ୍ତ ନିୟମ ପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦୃଶ୍ୟ ଭିଡିଓରେ ପ୍ରଦର୍ଶିତ ହୋଇଛି। ଧର୍ମ ପରିବର୍ତ୍ତନ ପର୍ବ ଶେଷ ହେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ, ଏହା ଦକ୍ଷିଣ ପୂର୍ବ ଏସିଆରେ ସନାତନ ଧର୍ମର ପ୍ରସାର। ହିନ୍ଦୁ ଧର୍ମ ପ୍ରତି ତାଙ୍କର ଅଶେଷ ଦୁର୍ବଳତା ରହିଛି। ସେ ରାମାୟଣ ଓ ମହାଭାରତକୁ ବାରମ୍ବାର ପଢ଼ିଛନ୍ତି। ତେଣୁ ଏହି ସେ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ବୋଲି ସୁକମାବତୀ କହିଛନ୍ତି। ଏହି ଉତ୍ସବରେ ତାଙ୍କ ଭାଇ, ଭଉଣୀ, ଜେଜେମାଙ୍କ ଦୃଢ଼ ସମର୍ଥନ ରହିଥିଲା। ସେମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Follow Us