୪୯ ଦିନ ଧରି ତିହାର ଜେଲରେ ଆମରଣ ଅନଶନ କରୁଛି ୨୦୦ କୋଟିର ଠକ

Advertisment
୪୯ ଦିନ ଧରି ତିହାର ଜେଲରେ ଆମରଣ ଅନଶନ କରୁଛି ୨୦୦ କୋଟିର ଠକ

ଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ତିହାର ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖରକୁ ଜେଲ ନମ୍ବର ୧ରୁ ଜେଲ ନମ୍ବର ୩ କୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ତାଙ୍କୁ ସ୍ଥାନାନ୍ତରିତ କରିବା ମାତ୍ରେ ସୁକେଶର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଯାହା ପରେ ସୁକେଶକୁ ତୁରନ୍ତ ଡାକ୍ତରଖାନା ନେବାକୁ ପଡିଲା। ତେବେ ସ୍ୱାସ୍ଥ୍ୟ ଖରାପ ହେବାର ପ୍ରକୃତ କାରଣ ହେଉଛି ଯେ ସୁକେଶ ଜେଲରେ ଲଗାତାର ଆମରଣ ଅନଶନ କରୁଛି |

ରିପୋର୍ଟ ଅନୁଯାୟୀ, ତିହାରର ମହିଳା ଜେଲ ନମ୍ବର ୬ରେ ରହୁଥିବା ତାଙ୍କ ପତ୍ନୀ ଲା ମାରିଆ ପଲଙ୍କୁ ପ୍ରତି ସପ୍ତାହରେ ଭେଟିବାକୁ ଅନୁମତି ଦିଆଯାଉ ବୋଲି ସୁକେଶ ଜେଲ ପ୍ରଶାସନ ପାଖରେ ଦାବି କରିଆସୁଛି । ଏହି ଜିଦ୍ ଯୋଗୁଁ ସେ ଏପ୍ରିଲ ୨୩ରୁ ଅନଶନ କରୁଛି | ଅନ୍ୟପକ୍ଷରେ, ତିହାର ଜେଲର ଡିଜି ସନ୍ଦୀପ ଗୋୟଲ କହିଛନ୍ତି ଯେ ସୁକେଶ ଚନ୍ଦ୍ରଶେଖର ୨୩ ଏପ୍ରିଲରୁ ଭୋକ ଉପାସରେ ଅଛି । କିନ୍ତୁ ସେ ମଝିରେ ମଝିରେ କିଛି ଖାଉଛି |

ସେ ପ୍ରତି ସପ୍ତାହରେ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେବାକୁ ଦାବି କରୁଛି । କିନ୍ତୁ ଜେଲ ନିୟମ ଅନୁଯାୟୀ ସେ ମାସକୁ ଦୁଇଥର ପତ୍ନୀଙ୍କୁ ଭେଟିପାରିବ | ଅନ୍ୟ କଏଦୀମାନଙ୍କ ପାଇଁ ମଧ୍ୟ ସମାନ ନିୟମ ଅଛି | ଜେଲ ଅଧିକାରୀଙ୍କ କହିବା ଅନୁଯାୟୀ, ନିୟମ ବିରୁଦ୍ଧରେ ସୁକେଶର ଦାବି ପୂରଣ ହୋଇପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe