ଜୀବନ ବଞ୍ଚାଇଥିବା ପୁଲିସ ଅଧିକାରୀଙ୍କ ପାଇଁ ସୁଖବୀର ସିଂ ବାଦଲଙ୍କ ଭାବୁକ ପୋଷ୍ଟ

ଗୁଳିମାଡ଼ ସମୟରେ ସୁଖବୀରଙ୍କ ଜୀବନ ବଞ୍ଚାଇବା ପଛରେ ଦୁଇଜଣ ପୁଲିସ ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।  ଗୁରୁବାର ଏହି ଦୁଇପୁଲିସ ଅଧିକାରୀଙ୍କୁ ସୁଖବୀର ଭେଟିବା ପରେ ଭାବବିହ୍ବୋଳ ପୋଷ୍ଟ ସେୟାର କରିଛନ୍ତି।

ବଫି


ଚଣ୍ଡିଗଡ : ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ଉପରକୁ ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ଗୁଳିମାଡ କରାଯାଇଥିଲା। ସୌଭାମଗ୍ୟବଶତଃ ଗୁଳିମାଡରୁ ସୁଖବୀର ସିଂ ବାଦଲ ଅଳ୍ପକେ ବର୍ତ୍ତି ଯାଇଥିଲେ। ସୁଖବୀରଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀର  ନାଁ ନାରାୟଣ ସିଂ ଚୌରା ।

ଏହି ଆକ୍ରମଣରେ ସୁଖବୀରଙ୍କ ଜୀବନ ବଞ୍ଚାଇବା ପଛରେ ଦୁଇଜଣ ପୁଲିସ ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।  ଗୁରୁବାର ଏହି ଦୁଇପୁଲିସ ଅଧିକାରୀଙ୍କୁ ସୁଖବୀର ଭେଟିବା ପରେ ଭାବବିହ୍ବୋଳ ପୋଷ୍ଟ ସେୟାର କରିଛନ୍ତି। 

ସୁଖବୀର ବାଦଲ ସୋସିଆଲ ମିଡିଆ ଏକ୍ସରେ ଏଏସଆଇ ଜସବୀର ସିଂହ ଓ  ହୀରା ସିଂହଙ୍କ ଫ‌ଟୋ ପୋଷ୍ଟ କରି ଲେଖିଛନ୍ତି,‘କାହାରି ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବା ସହଜ କଥା ନୁ‌ହେଁ। ଏଥିପାଇଁ ସାହାସ ଦରକାର। ଯାହା ସମସ୍ତଙ୍କ ପାଖରେ ନଥାଏ।

ଏଏସଆଇ ଜସବୀର ସିଂହ ଓ  ହୀରା ସିଂହଙ୍କ ଆମ ପରିବାରର ସଦସ୍ୟ ଭଳି।  ଜସବୀର ସିଂହ ଓ  ହୀରା ସିଂହ ମୋ ପାଇଁ ଯାହା କରିଛନ୍ତି ମୁଁ ଓ ମୋ ପରିବାର ସବୁଦିନ ପାଇଁ ଦୁହିଁଙ୍କ ନିକଟରେ ଋଣୀ ହୋଇ ରହିବୁ। ଭଗବାନ ଦୁହିଁଙ୍କୁ ସୁସ୍ଥ ଓ ଦୀର୍ଘାୟୁ କରନ୍ତୁ। ଜସବୀର ସିଂହ ଓ  ହୀରା ସିଂହଙ୍କ ଜୀବନରେ ଥିବା ସବୁ ଆଶା ପୁରଣ ହେଉ। ଏହା ହିଁ ଭଗବାନଙ୍କ ନିକଟରେ ମୋର ପ୍ରାର୍ଥନା’

ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ସୁଖବୀର ସିଂହ ବାଦଲଙ୍କ ଉପରକୁ ଲକ୍ଷ୍ୟ କରି ଗୁଳି ଚଳାଇବା ସମୟ‌ରେ ସେଠାରେ ସଧା ପୋଷାକରେ  ଉପସ୍ଥିତ ଥିବା ପୁଲିସ ଏଏସଆଇ ଜସବୀର ସିଂହ ଓ  ହୀରା ସିଂହ ନାରାୟଣ ସିଂ ଚୌରାକୁ ସଙ୍ଗେସଙ୍ଗେ ଧରି ପକାଇଥିଲେ। ଫଳରେ ଆକ୍ରମଣକାରୀର ଲକ୍ଷ ଭଙ୍ଗ ହୋଇ ଯାଇଥିଲା। ଗୁଳିମାଡ଼ରୁ ସୁଖବୀର ସିଂହଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ସ୍ୱର୍ଣ୍ଣ ମନ୍ଦିରରେ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ଉପ‌ରକୁ ଗୁୂଳିମାଡ଼ ହେବା ନେଇ ଯୋଜନା ହୋଇଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଯାଇଥିଲା। ତେଣୁ ନାରାୟଣ ସିଂ ଚୌରା ଗୁଳିମାଡ଼ କରିବା ପୂର୍ବରୁ ହିଁ କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିଲା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe