ଅକାଳୀ ଦଳର ବୋମା ମୋଦୀଙ୍କୁ ଥରାଇଦେଇଛି: ସୁଖବୀର ସିଂ ବାଦଲ

Advertisment
ଅକାଳୀ ଦଳର ବୋମା ମୋଦୀଙ୍କୁ ଥରାଇଦେଇଛି: ସୁଖବୀର ସିଂ ବାଦଲ

ଚଣ୍ଡୀଗଡ଼: ଚଳିତ ସପ୍ତାହରେ ସଂସଦରେ ଉପସ୍ଥାପନ କରାଯାଇଥିବା କୃଷି ଓ କୃଷକଙ୍କ ସମ୍ପର୍କିତ ତିନିଟି ବିଲକୁ  ନେଇ ବଡ଼ ଧରଣର ରାଜନୀତି ଦେଖାଦେଇଛି। ବିବାଦୀୟ କୃଷି ବିଲ୍‌କୁ ବିରୋଧ କରି କଂଗ୍ରେସ ସମେତ ୨୫ଟି କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି | କେନ୍ଦ୍ରର କୃଷକ ବିରୋଧୀ ପଦକ୍ଷେପ ବିରୋଧରେ ପ୍ରତିବାଦପୂର୍ବକ ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ହରସିମରତ୍ କ‌ୌର୍ ବାଦଲ ଇସ୍ତଫା ଦେଇଥିଲେ। ଆଉ ଏହାକୁ ନେଇ ଶିରୋମଣି ଅକାଳୀ ଦଳର ସଭାପତି ସୁଖବୀର ସିଂ ବାଦଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

ପଞ୍ଜାବର ମୁକ୍ତସରରେ ଏକ କାର୍ଯ୍ୟକ୍ରମରେ ସୁଖବୀର ସିଂ ବାଦଲ କହିଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପକାଇ ଏହାକୁ ହଲାଇ ଦେଇଥିଲା। ଅକାଳୀ ଦଳର ଏକ ବୋମା (ହରସିମରତଙ୍କ ଇସ୍ତଫା) ମୋଦୀ ସରକାରଙ୍କୁ ଥରାଇ ଦେଇଛି। ସୁଖବୀର ସିଂ ଆହୁରି କହିଛନ୍ତି, 'ଗତ ୨ ମାସ ମଧ୍ୟରେ ଚାଷୀଙ୍କୁ ନେଇ କେହି ପାଟି ଫିଟାଇ ନଥିଲେ |


କିନ୍ତୁ ବର୍ତ୍ତମାନ ସରକାରଙ୍କ ୫ ଜଣ ମନ୍ତ୍ରୀ ଏହା ଉପରେ କହୁଛନ୍ତି। ସୂଚନା ଥାଉ କି  ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟାପାର ଓ ବାଣିଜ୍ୟ (ପ୍ରସାର ଓ ସୁଗମତା) ବିଲ୍, ୨୦୨୦ ଓ ମୂଲ୍ୟ ପ୍ରତିଶ୍ରୁତି ଉପରେ କୃଷକଙ୍କ (ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତି ଓ କୃଷି ସେବା ବିଲ୍‌, ୨୦୨୦ ଲୋକସଭ‌ାରେ ପାସ୍ ହୋଇଥିଲା । ଗତ ମଙ୍ଗଳବାର ଦିନ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ୍‌ ପାସ୍ ହୋଇଥିଲା। ଏହାକୁ କୃଷକ ବିରୋଧୀ କହି ବିରୋଧୀ ଦଳ କଂଗ୍ରେସ ଓ ଶିରୋମଣି ଅକାଳୀ ଦଳ ପ୍ରତିବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe