ଅବତରଣ ବେଳେ ବାୟୁସେନାର ଲଢ଼ୁଆ ସୁଖୋଇ ବିମାନର ଟାୟାର ଫାଟିଲା

ଅବତରଣ ବେଳେ ବାୟୁସେନାର ଲଢ଼ୁଆ ସୁଖୋଇ ବିମାନର ଟାୟାର ଫାଟିଲା

Image Courtesy: Rediff

ପୁଣେ: ବୁଧବାର ଅପରାହ୍ନରେ ପୁଣେ ବିମାନବନ୍ଦରରେ ଅବତରଣ କରିବା ସମୟରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ସୁଖୋଇ ସୁ-୩୦ ଏମକେଆଇ ବିମାନର ଟାୟାର ଫାଟିଯାଇଛି। ଏହି ଘଟଣା ଫଳରେ କିଛି ସମୟ ପାଇଁ ପୁଣେ ବିମାନ ବନ୍ଦରର ରନ୍‌ ୱେ ଅବରୋଧ ହୋଇ ଯାଇଥିଲା ବୋଲି ପ୍ରତିରକ୍ଷା କର୍ତ୍ତୃପକ୍ଷ କହିଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ପୁଣେ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଲୋହେଗାଓଁର ଭାରତୀୟ ବାୟୁସେନା (ଆଇଏଏଫ) ଷ୍ଟେସନ ଅଧୀନରେ କାର୍ଯ୍ୟ କରୁଥିବା ଏକ ସିଭିଲ ଏନକ୍ଲେଭ। ଏହାକୁ ଭାରତୀୟ ବାୟୁସେନାର (ଆଇଏଏଫ) ପାଇଲଟମାନଙ୍କୁ ତାଲିମ ଦେବା ପାଇଁ ବ୍ୟବହାର କରା ଯାଇଥାଏ। ଏଠାରୁ ଭାରତୀୟ ବାୟୁୁସେନାର ଲଢ଼ୁଆ ସୁଖୋଇ ବିମାନ ନିୟମିତ ଉଡ଼ାଣ ଭରିବା ସହ ଅବତରଣ ମଧ୍ୟ କରିଥାଏ।

ଏହି କ୍ରମରେ ଆଜି ଅପରାହ୍ନରେ ପୁଣେ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଏକ ଲଢ଼ୁଆ ସୁଖୋଇ ଏସୟୁ-୩୦ ଏମକେଆଇ ବିମାନର ଟାୟାର ଫାଟି ଯାଇଥିଲା; ଯାହା ଫଳରେ ରନ୍‌ ୱେ ଅବରୋଧ ହୋଇଥିଲା। ଏବଂ ପୁଣେ ବିମାନ ବନ୍ଦରରୁ ବେସାମରିକ ବିମାନ ଯାତାୟାତରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ତେବେ, ଭାରତୀୟ ବାୟୁସେନାର କର୍ମଚାରୀମାନେ ରେକର୍ଡ ସମୟରେ ରନ୍‌ େଓ୍ଵ ଉପରୁ ଅଚଳ ହୋଇ ପଡ଼ିଥିବା ସୁଖୋଇ ବିମାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ବେ ସାମରିକ ବିମାନ ଚଳାଚଳକୁ ସ୍ୱାଭାବିକ କରିଥିଲେ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ଏ ସଂପର୍କରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe