Image Courtesy of India Today
ଶିମ୍ଲା: ଶପଥ ଗ୍ରହଣ ଉତ୍ସବ ଆଗରୁ ଏକତା ପ୍ରଦଶର୍ନ ସ୍ବରୂପ ଆଜି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ମନୋନୀତ ହୋଇଥିବା ସୁଖୱିନ୍ଦର ସିଂହ ସୁଖୁ ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ବୀରଭଦ୍ର ସିଂହଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି।
ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଥିବାରୁ ୪ଥର ବିଧାୟକ ହୋଇଥିବା ଅତି ସାଧାରଣସ୍ତରରୁ ଆସିଥିବା ରାଜନେତା ସୁଖୱିନ୍ଦର୍ ସିଂହ ସୁଖୁ ମଲ୍ଲିକାର୍ଜୁନ ଖଡ଼ଗେ ଓ ଗାନ୍ଧୀ ପରିବାର ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।
Image Courtesy of NDTVସୁଖୁ କହିଛନ୍ତି, ସେ (ପ୍ରତିଭା) ହେଉଛନ୍ତି ଦଳର ରାଜ୍ୟ ମୁଖ୍ୟ, ଆମେ ତାଙ୍କ ଅଧୀନରେ କାର୍ଯ୍ୟ କରୁଛୁ। ତାଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରଣ କରିବା ଲାଗି ମୁଁ ଏଠାକୁ ଆସିଛି।
ସୁଖୁଙ୍କୁ ଭେଟିବା ପରେ ପ୍ରତିଭା କହିଛନ୍ତି, ଆଜି ଅପରାହ୍ଣରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଯିବା ମୋର ପ୍ରଧାନ କର୍ତ୍ତବ୍ୟ। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବିନାହିଁ କାହିଁକି? ଅବଶ୍ୟ ଯିବି।
ତାଙ୍କ ପୁଅ ତଥା ଶିମ୍ଲା ଗ୍ରାମୀଣ ବିଧାୟକ ବିକ୍ରମାଦିତ୍ୟ ସିଂହ ରାଜ୍ୟ କ୍ୟାବିନେଟ୍ରେ ମନ୍ତ୍ରୀ ହେବେ କି ବୋଲି ପଚରାଯିବାରୁ ପ୍ରତିଭା କହିଲେ, ହେବେ।
ସୂଚନାଯୋଗ୍ୟ, ଆଜି ଅପରାହ୍ଣ ୧.୩୦ରେ ଐତିହାସିକ ରିଜ୍ସ୍ଥିତ ରାଜଭବନରେ ସୁଖୱିନ୍ଦର ସିଂହ ସୁଖୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ମୁକେଶ ଅଗ୍ନିହୋତ୍ରୀ।
Follow Us