ଭଙ୍ଗା ବଦଳରେ ଭଲ ଗୋଡ଼ର ଅସ୍ତ୍ରୋପଚାର କଲେ ଡାକ୍ତର

ଭାଙ୍ଗି ଯାଇଥିବା ବାମଗୋଡ଼ର ଅସ୍ତ୍ରୋପଚାର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବୃଦ୍ଧାଙ୍କ ଡାହାଣଗୋଡ଼ର ଅସ୍ତ୍ରୋପଚାର କଲେ ଡାକ୍ତର। ଅସ୍ତ୍ରୋପଚାର କରିଥିବା ଡାକ୍ତର ଘଟଣାସ୍ଥଳରୁ ଚମ୍ପଟ।

ତକ୍ନତପନ


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସୁଲତାନପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତରଙ୍କ ଅବହେଳା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି। 

ସୂଚନାଯୋଗ୍ୟ, ପ୍ରତାପଗଡ଼ ଜିଲ୍ଲାର କହ୍ନେଇ ଥାନାଅଞ୍ଚଳସ୍ଥ ସିକରି କାନପୁର ଗ୍ରାମରେ ରାହୁଥିବା ଭୁଇଲା ଦେବୀଙ୍କ ବାମଗୋଡ଼ରେ ଆଘାତ ଲାଗି ଭାଙ୍ଗିଯାଇଥିଲା। ଏହାପରେ ସୁଲତାନପୁରର ଅସ୍ତିରୋଗ ବିଶେଷଜ୍ଞ ଭୁଇଲା ଦେବୀଙ୍କ ଗୋଡ଼ର ଅସ୍ତ୍ରୋପଚାର ପାଇଁ କହିଥିଲେ।

ଅଧିକପଢ଼ନ୍ତୁ:ମୁଁ ଜେଲରେ ଥିବା ବେଳେ ମନମୋହନଙ୍କ ମାନବିକତାକୁ କରିଥିଲି ସଲାମ

ପରିବାରଲୋକ ଭୁଇଲା ଦେବୀଙ୍କୁ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଯେତେବେଳେ ବୃଦ୍ଧଙ୍କ ଗୋଡ଼ର ଅସ୍ତ୍ରୋପଚାର କରି ଓଟି ବାହାରକୁ ଆଣିଥିଲେ ପରିବାରଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଭୁଇଲାଙ୍କ ବାମଗୋଡ଼ ଭାଙ୍ଗିଥିବା ବେଳେ ଡାକ୍ତର ତାଙ୍କ ଡାହାଣ ଗୋଡ଼ର ଅସ୍ତ୍ରୋପଚାର କରିଥିଲେ।

ଏହି ଘଟଣା ପ୍ରଘଟ ହେବାପରେ ପରିବାରଲୋକ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି କରିଥିଲେ। ଭୟରେ ବୃଦ୍ଧାଙ୍କ ଗୋଡ଼ର ଅସ୍ତ୍ରୋପଚାର କରିଥିବା ଡାକ୍ତର ପିକେ ପାଣ୍ଡେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ ଭୁଇଲା ଦେବୀଙ୍କ ପରିବାରଲୋକ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଅଧିକପଢ଼ନ୍ତୁ:ଫିଲ୍ମରେ ଫ୍ଲପ, ହେଲେ ପ୍ରଭାସ-ରଣବୀର-ରାମଚରଣଙ୍କଠାରୁ ଧନୀ ଜାୟଦ

ଏହି ଘଟଣା ସାମ୍ନାକୁ ଆସିବା ପରେ ହସ୍ପିଟାଲ ପରିଚାଳକ ଡାକ୍ତର ଆଶୁତୋଷ ଶ୍ରୀବାସ୍ତ ସଫେଇ ଦେଇ କହିଛନ୍ତି,‘ ଭୁଇଲା ଦେବୀଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିଲା ସତ କିନ୍ତୁ ତାଙ୍କ ଡାହାଣ ଗୋଡ଼ ଫୁଲି ଯିବା ସହିତ ରକ୍ତ ଜମାଟ ବାନ୍ଧୁଥିଲା। ଏହି କାରଣରୁ ତାଙ୍କ ଉଭୟ ଗୋଡ଼ର ଅସ୍ତ୍ରୋପଚାର କରାଯାଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe