କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀଙ୍କ ପୁଅଙ୍କୁ ହରାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୁମାଲତା ଅମ୍ବରୀଶ

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀଙ୍କ ପୁଅଙ୍କୁ ହରାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୁମାଲତା ଅମ୍ବରୀଶ

ନୂଆଦିଲ୍ଲୀ: ଗତ ଲୋକସଭା ନିର୍ବାଚନରେ କେତେକ ହେଭିେଓ୍ଵଟ୍‌ ନେତା ମଧ୍ୟ ଚିତପଟାଙ୍ଗ ମାରିଛନ୍ତି। କର୍ଣ୍ଣାଟକର ମାଣ୍ଡ୍ୟା ଲୋକସଭା ଆସନରେ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀଙ୍କ ପୁଅ କଂଗ୍ରେସ ଓ ଜେଡିଏସ ମେଣ୍ଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ,ମାତ୍ର ସେ ପରାଜୟ ବରଣ କରିଛନ୍ତି। ତାଙ୍କୁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ସୁମାଲତା ଅମ୍ବରୀଶ ଏକ ଲକ୍ଷ ୧୫ ହଜାର ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏହି ଆସନରେ ସୁମାଲତାଙ୍କୁ ୭,୦୧୧୨୨ ଭୋଟ୍‌ ମିଳିଥିଲା। ଅପରପକ୍ଷରେ ନିଖିଳଙ୍କୁ ମିଳିଥିଲା ୫,୭୫,୭୪୦ଟି ଭୋଟ୍‌ ମିଳିଥିଲା।

publive-image photo-news nation

ନିଜର ବଜାୟ ପରେ ସୁମାଲତା କହିଛନ୍ତି ଯେ ଏହି ନିର୍ବାଚନ ଜିତିବା ତାଙ୍କ ପକ୍ଷେ ଖୁବ୍‌ କଷ୍ଟକର ଥିଲା। ଗତକାଲି ସେ ବିଜେପି ନେତା ଏସ୍‌ ଏମ୍‌ କ୍ରୀଷ୍ଣାଙ୍କ ବାସଭବନକୁ ଯାଇ ତାଙ୍କୁ ବିଜେପି ସମର୍ଥନ ଦେଇଥିବା ହେତୁ କୃତଜ୍ଞତା ଜଣାଇଥିଲେ। ସୁମାଲତା କହିଛନ୍ତି ଯେ ସେ ବିଜେପିର ବିକାଶମୂଳକ କାମରେ ନିଜକୁ ନିୟୋଜିତ କରି ରଖିବେ। ସେ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କୁ ମଧ୍ୟ ନିଜର କୃତଜ୍ଞତା ଜଣାଇଛି। ୨୯ ତାରିଖରେ ସୁମାଲତା ନିଜର ନିର୍ବାଚନ ମଣ୍ଡଳୀ ମାଣ୍ଡ୍ୟା ଗସ୍ତ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe