ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଶଶି ଥରୁର୍‌ଙ୍କୁ ମିଳିଲା ଜାମିନ୍‌

Advertisment
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଶଶି ଥରୁର୍‌ଙ୍କୁ ମିଳିଲା ଜାମିନ୍‌

SHASHI THAROOR AT THE LITERARY MEET AT KOLKATA BOOK FAIR ON FRIDAY. EXPRESS PHOTO BY SUBHAM DUTTA. 01.02.13

ନୂଆଦିଲ୍ଲୀ: ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ଶନିବାର ଦିନ କଂଗ୍ରେସ ନେତା ଶଶି ଥରୁରଙ୍କୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ନିୟମିତ ଜାମିନ ମଞ୍ଜୁର କରିଛନ୍ତି।

ବିଚାରପତି କହିଲେ ଯେ ଔପଚାରିକ ଜାମିନ ଆବେଦନ ପତ୍ରର ଆବଶ୍ୟକ ନାହିଁ। ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ଅଦାଲତଙ୍କୁ ନ ଜଣାଇ ଦେଶ ଛାଡ଼ି ପାରିବେ ନାହିଁ ବୋଲି ଦିଲ୍ଲୀର ସେସନ୍‌ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରି ସାରିଛନ୍ତି।

କାଗଜପତ୍ର ଯାଞ୍ଚ ପାଇଁ ଅଦାଲତ ଜୁଲାଇ ୨୬ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।

ସୁନନ୍ଦା ପୁଷ୍କର ହତ୍ୟା ମାମଲାରେ ଦାଖଲ କରାଯାଇଥିବା ଚାର୍ଜସିଟ୍‌କୁ ଧ୍ୟାନରେ ରଖି ଜୁଲାଇ ୭ ତାରିଖ ଦିନ ଅଦାଲତରେ ହାଜର ହେବାକୁ ଶିଶିଙ୍କୁ ଜୁନ୍‌ ୫ ତାରିଖ ଦିନ ଅଦାଲତ ଆଦେଶ ଦେଇଥିଲେ।

୨୦୧୪ ମସିହା ଜାନୁଆରି ୧୭ ତାରିଖ ରାତିରେ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲ୍‌ରୁ ରହସ୍ୟମୟ ପରିସ୍ଥିତିରେ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe