ଚୀନ୍‌ ସରକାରଙ୍କ ଦ୍ୱାରା ବୈଷୟିକ ଜ୍ଞାନକୌଶଳ ଚୋରି ପ୍ରସଙ୍ଗ: ଗୁଗୁଲର ସୁନ୍ଦର ପିଚାଇ କହିଲେ ନା, ଫେସ୍‌ବୁକ୍‌ର ଜୁକରବର୍ଗ କହିଲେ ହଁ

Advertisment
ରାତି ଅନିଦ୍ରା ହେଲେ ମିଳିବ ଅସୀମିତ ଡାଟା, ଲଞ୍ଚ ହେଲା ଏଭଳି ଏକ ପ୍ଲାନ

CyberNews

ନୂଆଦିଲ୍ଲୀ: ଇଣ୍ଟରନେଟ ସାହାଯ୍ୟରେ ବିଦେଶୀ ସଂସ୍ଥାଗୁଡ଼ିକରୁ ବୈଷୟିକ ଜ୍ଞାନକୌଶଳ ଓ ଡାଟା ଚୋରିରେ ଧୁରନ୍ଦର ଚୀନ୍‌ ଏପରି କରୁଛି ନା ନାହିଁ? ଏ ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ରଖିଛନ୍ତି ଗୁଗୁଲ୍‌ ଓ ଫେସ୍‌ବୁକ। ଫେସବୁକ୍‌ ସିଇଓ ମାର୍କ ଜୁକରବର୍ଗ ଚୀନ୍‌ ଏପରି କରୁଛି ବୋଲି ସ୍ୱୀକାର କରିଥିବା ବେଳେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏବଂ ଆପଲ୍‌ ସିଇଓ ଟିମ୍‌ କୁକ୍‌ କହିଛନ୍ତି ଯେ ସେମାନଙ୍କ କମ୍ପାନିରୁ ଚୀନ୍‌ ଏପରି କରୁନାହିଁ।

publive-image CyberNews

ଏ ଅଭିଯୋଗ ସଂପର୍କରେ ସଂପ୍ରତି ତଦନ୍ତ ଆରମ୍ଭ କରିଥିବା ଆମେରିକୀୟ ସାଂସଦମାନଙ୍କୁ ନେଇ ଗଠିତ ତଦନ୍ତ କମିଟି ନିକଟରେ ଫେସ୍‌ବୁକ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ସେ ବିଶ୍ୱାସ କରନ୍ତି ଯେ ଚୀନ୍‌ ସରକାର ଆମେରିକୀୟ କମ୍ପାନୀମାନଙ୍କ ଠାରୁ ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନକୌଶଳ ଚୋରି କରନ୍ତି। ହେଲେ ଆପଲ ସିଇଓ ଟିମ୍‌ କୁକ୍‌, ଗୁଗୁଲ ସିଇଓ ସୁନ୍ଦର ପିଚାଇ ଏବଂ ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ କହିଛନ୍ତି ଯେ ସେମାନେ ଏହା ଦେଖି ନାହାଁନ୍ତି।
ଉଲ୍ଲେଖଯୋଗ୍ୟ, ଆମେରିକାର ବଡ ବଡ଼ ଟେକ୍‌ ସିଇଓ ରୂପେଖ୍ୟାତ ମାର୍କ ଜୁକରବର୍ଗ, ସୁନ୍ଦର ପିଚାଇ, ଜେଫ୍‌ ବେଜୋସ୍‌ ଏବଂ ଟିମ୍‌ କୁକ୍‌ଙ୍କୁ ତଦନ୍ତ କମିଟି ପ୍ରଶ୍ନ କରିଥିଲା ଯେ ଆମେରିକୀୟ କମ୍ପାନିଗୁଡ଼ିକ ଚୀନ୍‌ ଠାରୁ କେଉଁ ପ୍ରକାରର ଆହ୍ଵାନର ସମ୍ମୁଖୀନ ହେଉଛନ୍ତି? ଇଣ୍ଟରନେଟ ସାହାଯ୍ୟରେ ଚୀନ୍‌ ସରକାର ବିଦେଶୀ ସଂସ୍ଥାଗୁଡ଼ିକରୁ ବୈଷୟିକ ଜ୍ଞାନକୌଶଳ ଓ ଡାଟା ଚୋରି କରନ୍ତି କି? ହେଲେ ସମସ୍ତ ଚାରିଜଣ ସିଇଓଙ୍କ ଠାରୁ ଭିନ୍ନଭିନ୍ନ ଉତ୍ତର ମିଳିଥିଲା। ପିଚାଇ ସମେତ ଏହି ତିନିଜଣ ସିଇଓ ମନା କରିଦେଇଥିଲେ ଯେ ଚୀନ୍‌ ସେମାନଙ୍କର ଟେକ୍ନୋଲୋଜି ଚୋରି କରିଥିବା ସେମାନେ ଜାଣନ୍ତି ନାହିଁ।

publive-image CyberNews

କୁକ୍‌ କହିଛନ୍ତି ଯେ ମୁଁ ନିର୍ଦ୍ଦିଷ୍ଟ ମାମଲା ବିଷୟରେ ଜାଣି ନାହିଁ ଯେଉଁଠାରେ ଚୀନ୍‌ ସରକାର ଆମଠାରୁ କୌଣସି ପ୍ରକାରର ଚୋରି କରିଛନ୍ତି। ପିଚାଇ ମଧ୍ୟ ପ୍ରଥମ କହିଥିଲେ ଯେ ଗୁଗୁଲରୁ ମଧ୍ୟ କୌଣସି ଟେକ୍‌ନୋଲୋଜି ଚୋରି ହୋଇଥିବା ନେଇ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ସେହିପରି ବେଜୋସ୍‌ କହିଛନ୍ତି ଯେ ଚୀନ୍‌ ଟେକ୍ନୋଲୋଜି ଚୋରି କରୁଥିବା ଖବର ସେ ଶୁଣିଛନ୍ତି। କିନ୍ତୁ ତାଙ୍କ କମ୍ପାନି ଏହାର ସାମ୍ନା କରି ନାହିଁ। ସେ କହିଛନ୍ତି ମୁଁ ସେ ବିଷୟରେ ଅନେକ ଖବର ଶୁଣିଛି। କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ଏହା ଦେଖି ନାହିଁ।

ଅନ୍ୟପକ୍ଷରେ ଜୁକରବର୍ଗ କିନ୍ତୁ ଏହା ସ୍ପଷ୍ଟ କରିଥିଲେ ଯେ ଚୀନ୍‌ ସରକାର ବୈଷୟିକ କମ୍ପାନିଗୁଡିକରୁ ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନକୌଶଳ ଚୋରି କରୁଛନ୍ତି। ଚୀନ୍‌ ସରକାର ଆମେରିକୀୟ କମ୍ପାନୀଗୁଡିକରୁ ଟେକ୍ନୋଲୋଜି ଚୋରି କରୁଥିବା ନେଇ ସେ ଜାଣିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe