ରବିବାର ଦିନ ଉତ୍ତର ପ୍ରଦେଶରେ ‘ଲକ୍‌ଡାଉନ୍‌’; ସର୍ବସାଧାରଣ ସ୍ଥାନ ସବୁ ‘ସାନିଟାଇଜ୍‌’ କରିବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦେଶ

Advertisment
ରବିବାର ଦିନ ଉତ୍ତର ପ୍ରଦେଶରେ ‘ଲକ୍‌ଡାଉନ୍‌’; ସର୍ବସାଧାରଣ ସ୍ଥାନ ସବୁ ‘ସାନିଟାଇଜ୍‌’ କରିବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦେଶ

Image Courtesy of India Today

ଲକ୍ଷ୍ନୌ: କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଇଥିବା କାରଣରୁ ରବିବାର ଦିନ ସମଗ୍ର ଉତ୍ତର ପ୍ରଦେଶରେ ‘ଲକ୍‌ଡାଉନ୍‌’ ଘୋଷଣା କରାଯିବ। ରାଜ୍ୟର ନଗରାଞ୍ଚଳ ଓ ଗ୍ରାମାଞ୍ଚଳରେ ଘୋଷଣା ହେବାକୁ ଥିବା ଏହି ‘ଲକ୍‌ଡାଉନ୍‌’ ସମ୍ବନ୍ଧରେ ଆଜି ନିଷ୍ପତ୍ତି ନିଆଯାଇଛି।

ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟର ଶୀର୍ଷସ୍ତରୀୟ ସରକାରୀ ଅଧିକାରୀମାନଙ୍କ ବୈଠକରେ ଏକଥା ଆଲୋଚନା ହୋଇଥିଲା। ରାଜ୍ୟର ‘ଟିମ୍‌-୧୧’ ସଦସ୍ୟ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏହି ବୈଠକରେ ଅଂଶ ଗ୍ରହଣ କରିଥିଲେ।

ରବିବାର ଦିନ ହେବାକୁ ଥିବା ରାଜ୍ୟବ୍ୟାପୀ ଏହି ‘ଲକ୍‌ଡାଉନ୍‌’ ସମୟରେ ସର୍ବସାଧାରଣ ସ୍ଥାନଗୁଡ଼ିକୁ ଭଲଭାବେ ‘ସାନିଟାଇଜ୍‌’ କରାଇବାକୁ ଶୀର୍ଷସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

ରବିବାର ‘ଲକ୍‌ଡାଉନ୍‌’ରୁ କେବଳ ଅତ୍ୟାବଶ୍ୟକ ସେବା ବାଦ ପଡ଼ିବ। ଅତ୍ୟାବଶ୍ୟକ ସେବା ସମ୍ବନ୍ଧୀୟ ବ୍ୟାବସାୟିକ କାର୍ଯ୍ୟକଳାପରେ ସମ୍ପୃକ୍ତ ପ୍ରତିଷ୍ଠାନଗୁଡ଼ିକ ବ୍ୟତୀତ ରବିବାର ଦିନ ଅନ୍ୟ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe