ପାଞ୍ଚ ଏକର ଜମି ଗ୍ରହଣକୁ ନେଇ ଦ୍ବନ୍ଦ୍ବରେ ସୁନ୍ନି ୱକଫ୍‌ ବୋର୍ଡ, ନଭେମ୍ବର ୨୬ରେ ଚୂଡ଼ାନ୍ତ ନିଷ୍ପତ୍ତି

Advertisment
ପାଞ୍ଚ ଏକର ଜମି ଗ୍ରହଣକୁ ନେଇ ଦ୍ବନ୍ଦ୍ବରେ ସୁନ୍ନି ୱକଫ୍‌ ବୋର୍ଡ, ନଭେମ୍ବର ୨୬ରେ ଚୂଡ଼ାନ୍ତ ନିଷ୍ପତ୍ତି

Inkhabar

ଲକ୍ଷ୍ନୌ: ମସ୍‌ଜିଦ୍‌ ନିର୍ମାଣ ପାଇଁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାଞ୍ଚ ଏକର ଜମି ଗ୍ରହଣ କରାଯିବ କି ନାହିଁ ସେ ନେଇ ଦ୍ବନ୍ଦ୍ବରେ ରହିଛି ସୁନ୍ନି ୱକଫ୍‌ ବୋର୍ଡ। ଏ ବାବଦରେ ଆସନ୍ତା ନଭେମ୍ବର ୨୬ରେ ନିଷ୍ପତ୍ତି ହେବ ବୋଲି ସୁନ୍ନି ସେଣ୍ଟ୍ରାଲ୍‌ ୱାକଫ ବୋର୍ଡ ଆଜି ପ୍ରକାଶ କରିଛି। ସୂଚନାଯୋଗ୍ୟ, ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ମସ୍‌ଜିଦ୍‌ ନିର୍ମାଣ ପାଇଁ ସୁନ୍ନି ୱକଫ୍‌ ବୋର୍ଡକୁ ୫ ଏକର ଜାଗା ଯୋଗାଇ ଦେବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ପାଞ୍ଚ ଏକର ଜମିକୁ ସୁନ୍ନି ବୋର୍ଡ ଗ୍ରହଣ କରିବ କି ନାହିଁ ସେ ସମ୍ପର୍କରେ ନଭେମ୍ବର ୨୬ରେ ନିଷ୍ପତ୍ତି ନିଆଯିବ ବୋଲି ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ୍‌ ୱକଫ ବୋର୍ଡର ଅଧ୍ୟକ୍ଷ ଜୁଫର ଫାରୁକ୍ବି କହିଛନ୍ତି। ତେବେ ଏ ନେଇ ଅନେକ ପ୍ରତିକୂଳ ସ୍ଥିତି ସାମ୍ନା କରିବାକୁ ପଡୁଛି ବୋଲି ଫାରୁକି କହିଛନ୍ତି। ଅନେକ ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ତେବେ ନଭେମ୍ବର ୨୬ରେ ବୋର୍ଡର ସାଧାରଣ ପରିଷଦ ବୈଠକ ବସିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଫାରୁକ୍ବି ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ, ବୋର୍ଡର ଏହି ବୈଠକ ନଭେମ୍ବର ୧୩ରେ ବସିବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା। ମାତ୍ର ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଏହାକୁ ନଭେମ୍ବର ୨୬କୁ ଘୁଞ୍ଚାଇ ଦିଆଯାଇଛି। ମସ୍‌ଜିଦ୍‌ ନିର୍ମାଣ ପାଇଁ ଉକ୍ତ ପାଞ୍ଚ ଏକର ଜମି ଗ୍ରହଣ ନ କରିବାକୁ କିଛି ସଦସ୍ୟ କହୁଛନ୍ତି। ମାତ୍ର, ଏହା ଜାତୀୟ ସ୍ବାର୍ଥ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଫାରୁକି କହିଛନ୍ତି। ତେବେ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ସୁନ୍ନି ୱକଫ ବୋର୍ଡ଼ ସମ୍ମାନ ଜଣାଉଛି। ରିଭ୍ୟୁ ପିଟିସନ୍‌ ଦାଖଲ କରିବାକୁ ବୋର୍ଡର କୌଣସି ଯୋଜନା ନାହିଁ ବୋଲି ଫାରୁକି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe