ଟଙ୍କା ନେଇ ସୁନା କିଣିଲେ ସୁନୀଲ ପାଲଙ୍କ ଅପହର୍ତ୍ତା

Advertisment

ଲୋକପ୍ରିୟ ହାସ୍ୟ ଅଭିନେତା ସୁନୀଲ ପାଲଙ୍କ ଅପହରଣ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ହାସ୍ୟ ଅଭିନେତାଙ୍କୁ ଛାଡ଼ିବା ପାଇଁ ଅଭିଯୁକ୍ତ ନେଇଥିବା ଲକ୍ଷ ଲକ୍ଷ ଟଙ୍କାରେ ଏବେ ଅଳଙ୍କାର କିଣିଥିବା ଜଣାପଡ଼ିଛି।

ଲୋକପ୍ରିୟ ହାସ୍ୟ ଅଭିନେତା ସୁନୀଲ ପାଲଙ୍କ ଅପହରଣ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ହାସ୍ୟ ଅଭିନେତାଙ୍କୁ ଛାଡ଼ିବା ପାଇଁ ଅଭିଯୁକ୍ତ ନେଇଥିବା ଲକ୍ଷ ଲକ୍ଷ ଟଙ୍କାରେ ଏବେ ଅଳଙ୍କାର କିଣିଥିବା ଜଣାପଡ଼ିଛି।

re6

ମୁମ୍ବାଇ: ହାସ୍ୟ ଅଭିନେତା ତଥା ଅଭିନେତା ସୁନୀଲ ପାଲଙ୍କୁ ଡିସେମ୍ବର ୨ରେ ଦିଲ୍ଲୀରୁ ଅପହରଣ କରାଯାଇ ମିରଟ ନିଆଯାଇଥିଲା। ଏନେଇ ତାଙ୍କ ପତ୍ନୀ ପୁଲିସରେ ଅଭିଯୋଗ କରିଥିଲେ। ସୁନୀଲଙ୍କୁ ଅପହରଣ କରାଯାଇଥିବା ଖବର ଭାଇରାଲ ହେବା ପରେ ଅଭିନେତା ସୁରକ୍ଷିତ ଥିବା ନେଇ ପୁଲିସକୁ ଫୋନରେ ଜଣାଇଥିଲେ। ଏହା ପରେ ମୁମ୍ବାଇ ଫେରି ସେ ସ୍ପଷ୍ଟ କରିଥିଲେ ‌ଯେ, ଅପହର୍ତ୍ତା ତାଙ୍କୁ ୨୦ଲକ୍ଷ ମାଗିଥିଲେ। ବହୁତ ଅନୁରୋଧ କରିବା ପରେ ସେମାନେ ୮ଲକ୍ଷରେ ରାଜି ହୋଇଥିଲେ। ୮ଲକ୍ଷ ଦେବା ପରେ ସେ ଘରକୁ ଫେରିପାରିଥିଲେ।

ବର୍ତ୍ତମାନ ଏହି ଘଟଣାକୁ ନେଇ ଆଉ ଏକ ସୂଚନା ମିଳିଛି। କୁହାଯାଉଛି ଯେ, ଅଭିଯୁକ୍ତମାନେ ନେଇଥିବା ଟଙ୍କାରେ ସୁନା କିଣିଛନ୍ତି। ଏ‌କ ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ସାମ୍ନାକୁ ଆସିଛି। ଅଭିଯୁକ୍ତମାନେ ମିରଟର ଏକ ଦୋକାନରୁ ଅଳଙ୍କାର କିଣୁଥିବାର ଭିଡିଓରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ, ୨ଅଭିଯୁକ୍ତ ଗୋଟାଏ ଦୋକାନରୁ ୪ଲକ୍ଷର ଓ ଅନ୍ୟ ଦୋକାନରୁ ୨.୨୫ଲକ୍ଷ ମୂଲ୍ୟର ସୁନା କିଣିଥିଲେ। ସୁନା କିଣିବା ପରେ ସୁନୀଲଙ୍କ ନାମରେ ବିଲ୍ କରିବାକୁ କହିଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ମୁମ୍ବାଇ ପୁଲିସ ବର୍ତ୍ତମାନ ଉଭୟ ସୁନା ଦୋକାନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe