ମନର ଦୁଃଖ ବଖାଣିଲେ ସୁନୀତା...

Advertisment

ଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ମହାକାଶକୁ ନେଇଯାଇଥିବା ବୋଇଙ୍ଗ ଷ୍ଟାରଲାଇନର୍ କ୍ୟାପସୁଲ ପୃଥିବୀକୁ ଏକୁଟିଆ ଫେରିଛି। ସୁନୀତା ୱିଲିୟମ୍ସ ପ୍ରଥମ ଥର ପାଇଁ ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି...

ଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ମହାକାଶକୁ ନେଇଯାଇଥିବା ବୋଇଙ୍ଗ ଷ୍ଟାରଲାଇନର୍ କ୍ୟାପସୁଲ ପୃଥିବୀକୁ ଏକୁଟିଆ ଫେରିଛି। ସୁନୀତା ୱିଲିୟମ୍ସ ପ୍ରଥମ ଥର ପାଇଁ ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି...

iss

ୱାଶିଂଟନ: ଅନେକ ମାସ ଧରି ମହାକାଶରେ ଅଟକି ରହିଥିବା ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଶୁକ୍ରବାର ଦିନ ଭାବପ୍ରବଣ ହୋଇ ନିଜର ମନର ଦୁଃଖ ବଖାଣିଛନ୍ତି। ସେମାନେ କହିଛନ୍ତି ଯେ ବୋଇଙ୍ଗ କ୍ୟାପସୁଲ ଆମ ବିନା ପୃଥିବୀକୁ ଫେରିବା ଦେଖିବା ଆମ ପାଇଁ ସହଜ ନ ଥିଲା।

 ଜୁନ୍ ମାସରେ ବଚ୍ ଏବଂ ସୁନୀତା ଏକ ବୋଇଙ୍ଗ ଷ୍ଟାରଲ‌ାଇନର୍ କ୍ୟାପସୁଲରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) କୁ ଯାଇଥିଲେ। କିନ୍ତୁ କ୍ୟାପସୁଲରେ ତ୍ରୁଟି ଥିବାରୁ ସୁନୀତା ଏବଂ ବଚ୍‌ଙ୍କୁ ଆଇଏସଏସରେ ରହିବାକୁ ପଡିଛି। ଗତ ସପ୍ତାହରେ ବୋଇଙ୍ଗ କ୍ୟାପସୁଲ ପୃଥିବୀ ଫେରିଥିଲା।

ବୋଇଙ୍ଗ କ୍ୟାପସୁଲ ଫେରିବା ପରେ ସୁନୀତା ୱିଲିୟମ୍ସ ପ୍ରଥମ ଥର ପାଇଁ ଏକ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ ଏଠାରେ ହିଁ ଏହା ଘଟେ। ଏବେ ଆମକୁ ଅନ୍ୟ ଏକ ଅପ୍ସନ୍ ଦେଖିବାକୁ ପଡିବ। ଉଭୟ ସୁନୀତା ଏବଂ ବଚ୍ ଏବେ ପୂର୍ଣ୍ଣ ଆଇଏସଏସ କ୍ରୁ ସଦସ୍ୟ ଭାବେ ରକ୍ଷଣାବେକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଗତ ସପ୍ତାହରେ ୨ ରୁଷିଆ ଏବଂ ଜଣେ ଆମେରିକୀୟ ମହାକାଶଚାରୀ ମଧ୍ୟ ଆଇଏସଏସରେ ପାଦ ଦେଇଥିଲେ। ଏହା ସହିତ ଆଇଏସଏସରେ ମହାକାଶଚାରୀଙ୍କ ସଂଖ୍ୟା ଏବେ ୧୨କୁ ବୃଦ୍ଧି ପାଇଛି।

ସୁନୀତା ୱିଲିୟମ୍ସ ଖୁବ ଶୀଘ୍ର ଷ୍ଟେସନ କମାଣ୍ଡର ଭାବେ ଦାୟିତ୍ୱ ଗ୍ରହଣ କରିବେ। ସୁନୀତା ୱିଲିୟମ୍ସ କହିଛନ୍ତି ଯେ ଆଇଏସଏସରେ ରହିବା ଏତେ କଷ୍ଟସାଧ୍ୟ ନୁହେଁ, କାରଣ ସେ ପୂର୍ବରୁ ମଧ୍ୟ ସେଠାରେ କାମ କରିଛନ୍ତି। ଏହା ମୋର ଖୁସିର ସ୍ଥାନ, ମୁଁ ମହାକାଶରେ ରହିବାକୁ ଭଲ ପାଏ।

ଅଧିକ ପଢ଼ନ୍ତୁ:ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି ବୋଲି ଅଭିଯୋଗ ଆଣିଲେ ଟିଏମ୍‌ସି ନେତା

ରିପୋର୍ଟ ଅନୁସାରେ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଆସନ୍ତା ବର୍ଷ ୨୦୨୫ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଆଇଏସଏସରେ ରହିବେ। ସେମାନଙ୍କୁ ଫେରାଇ ଆଣିବା ପାଇଁ ଏକ ସ୍ପେସ୍ ଏକ୍ସ କ୍ୟାପସୁଲ ପଠାଯିବ। ଫେବୃଆରୀ ୨୦୨୫ ସୁଦ୍ଧା ଏହି କ୍ୟାପସୁଲ ସ୍ପେସରେ ପହଞ୍ଚିବ। ସେଥିରେ ସୁନୀତା ଏବଂ ବଚ୍ ପୃଥିବୀକୁ ଫେରିବେ ।

ଅଧିକ ପଢ଼ନ୍ତୁ:ମୋର ମନୋବଳ ଏବଂ ଶକ୍ତି ୧୦୦ ଥର ବଢ଼ିଯାଇଛି: କେଜ୍ରିୱାଲ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe