ସୁଞ୍ଜୁଓ୍ଵାନ୍‌ ସୁରକ୍ଷା ବାହିନୀର କ୍ୟାମ୍ପ ଉପରେ ଆତଙ୍କବାଦୀ ହାମ୍‌ଲାର ମାଷ୍ଟର ମାଇଣ୍ଡ ମୁଫ୍‌ତି କ୍ୱବାସ୍‌ ଏନ୍‌କାଉଣ୍ଟରରେ ନିହତ

Advertisment
ସୁଞ୍ଜୁଓ୍ଵାନ୍‌ ସୁରକ୍ଷା ବାହିନୀର କ୍ୟାମ୍ପ ଉପରେ ଆତଙ୍କବାଦୀ ହାମ୍‌ଲାର ମାଷ୍ଟର ମାଇଣ୍ଡ ମୁଫ୍‌ତି କ୍ୱବାସ୍‌ ଏନ୍‌କାଉଣ୍ଟରରେ ନିହତ

Hindustan Times

ଶ୍ରୀନଗର: ସୁରକ୍ଷା କର୍ମୀଙ୍କ ଗୁଳିରେ ସୋମବାର ସନ୍ଧ୍ୟାରେ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ଜଣେ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛି। ନିହତ ଆତଙ୍କବାଦୀର ନାମ ମୁଫ୍‌ତି କ୍ୱବାସ୍‌ ଓ ସେ ଜୈସ୍‌-ଇ-ମହମ୍ମଦର କମାଣ୍ଡର ରହିବା ସହ ଗତ ମାସରେ ଜମ୍ମୁ-କଶ୍ମୀରର ସୁଞ୍ଜୁଓ୍ଵାନ୍‌ ଠାରେ ଥିବା ସୁରକ୍ଷା ବାହିନୀର କ୍ୟାମ୍ପ ଉପରେ ଯେଉଁ ଆତଙ୍କବାଦୀ ହାମ୍‌ଲା ହୋଇଥିଲା, ତାହାର ‘ମାଷ୍ଟର ମାଇଣ୍ଡ’ ଥିଲା। ଏହି ଆତଙ୍କବାଦୀ ହାମ୍‌ଲାରେ ୭ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଥିଲେ।

ସେନା ବାହିନୀର ପ୍ରବକ୍ତାଙ୍କ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ସେନା ବାହିନୀ, ପୋଲିସ୍‌ ଓ ସିଆପିଏଫ୍‌ ପକ୍ଷରୁ ଆଜି ସନ୍ଧ୍ୟାରେ ହୋଇଥିବା ଏକ ମିଳିତ ଅପରେସନ୍‌ରେ କୁଖ୍ୟାତ ଆତଙ୍କବାଦୀ ମୁଫ୍‌ତି କ୍ୱବାସ୍‌ ନିହତ ହୋଇଛି। ଅଓ୍ଵନ୍ତିପୁରାର ପୁଲ୍‌ଓ୍ଵାମା ଠାରେ ମୁଫ୍‌ତି କ୍ୱବାସ୍‌ ଆତ୍ମଗୋପନ କରିଥିବା ସଂପର୍କରେ ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ତାକୁ ଧରିବା ପାଇଁ ସେନା ବାହିନୀ, ପୋଲିସ୍‌ ଓ ସିଆପିଏଫ୍‌ ପକ୍ଷରୁ ଏକ ମିଳିତ ଅପରେସନ୍‌ ଆରମ୍ଭ ହୋଇଥିଲା। ତେବେ, ସେ ସୁରକ୍ଷା କର୍ମୀଙ୍କ ଉପରେ ଗୁଳି ବର୍ଷାକରି ଖସି ଯିବାକୁ ଉଦ୍ଦ୍ୟମ କରୁଥିବା ବେଳେ ମିଳିତ ବାହିନୀର ଏନ୍‌କାଉଣ୍ଟରରେ ନିହତ ହୋଇଥିଲା।

ନିହତ ମୁଫ୍‌ତି କ୍ୱବାସ୍‌ ଜଣେ ବିଦେଶୀ ଆତଙ୍କବାଦୀ। ସେ କେବଳ ମାତ୍ର ସୁଞ୍ଜୁଓ୍ଵାନ୍‌ ଠାରେ ଥିବା ସୁରକ୍ଷା ବାହିନୀର କ୍ୟାମ୍ପ ଉପରେ ଯେଉଁ ଆତଙ୍କବାଦୀ ହାମ୍‌ଲା ହୋଇଥିଲା ସେଥିରେ ସଂପୃକ୍ତ ନଥିଲା ବରଂ ଜମ୍ମୁ- କଶ୍ମୀରରେ ସଂଘଟିତ ଏକ ଆତଙ୍କବାଦୀ ହାମଲାରେ ସେ ମାଷ୍ଟର ମାଇଣ୍ଡ ଥିଲା ବୋଲି କହିଛନ୍ତି କଶ୍ମୀର ଆଇଜି ଏସ୍‌ପି ପାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe