ନୂଆଦିଲ୍ଳୀ: ଆଜି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍ ଓ ନିର୍ମଳା ସୀତାରମଣଙ୍କ ଉପସ୍ଥିତରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ସିନେ ଅଭିନେତା ସନ୍ନି ଦେଓଲ। ସନ୍ନି ଦେଓଲ ଦଳରେ ଯୋଗ ଦେବା ପାଇଁ ରାଜଧାନୀ ଦିଲ୍ଲୀଠାରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ନଜର ଅସିଥିଲେ। ସେ ପଞ୍ଜାବର ଗୁରୁଦାସପୁରଠାରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ଅଭିନେତା ସନ୍ନି ଦେଓଲଙ୍କୁ ଗୁରୁଦାସପୁରରୁ ଲୋକସଭା ଟିକେଟ୍ ଦିଆଯିବ ବୋଲି ଦଳ ପକ୍ଷରୁ ବି ପୂର୍ବରୁ ଇଙ୍ଗିତ ମିଳି ସାରିଛି।
ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ସନ୍ନି ଦେଓଲ୍ ଭେଟିବା ବେଳର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଅମିତ ଶାହା ଓ ସନ୍ନି ଦେଓଲ ବିମାନ ବନ୍ଦରରର ଲାଉଞ୍ଜରେ ବସି କଥା ହେଉଥିବା ଫଟୋରେ ଦେଖିବାକୁ ମିଳିଥିଲା।
ତେବେ, ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପଞ୍ଜାବର ୧୩ଟି ଲୋକସଭା ଆସନରୁ ବିଜେପି ୩ଟି ଆସନ ଅମୃତସର, ଗୁରୁଦାସପୁର ଏବଂ ହୋସିଆର୍ପୁରରୁ ନିର୍ବାଚନ ଲଢୁଥିବା ବେଳେ ପ୍ରାର୍ଥୀ ଘୋଷଣା ହୋଇନାହିଁ।
Follow Us