ସୁନ୍ନି ୱକଫ୍‌ ବୋର୍ଡର ନିଷ୍ପତ୍ତି : ୫ ଏକର ଜମିରେ ନିର୍ମାଣ ହେବ ମସଜିଦ୍‌, ହସ୍ପିଟାଲ୍‌ ଓ ଲାଇବ୍ରେରି

Advertisment
ସୁନ୍ନି ୱକଫ୍‌ ବୋର୍ଡର ନିଷ୍ପତ୍ତି : ୫ ଏକର ଜମିରେ ନିର୍ମାଣ ହେବ ମସଜିଦ୍‌, ହସ୍ପିଟାଲ୍‌ ଓ ଲାଇବ୍ରେରି

The Indian Express

ଲ‌କ୍ଷ୍ନୌ : ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ଆଧାରରେ ଉତ୍ତରପ୍ରଦେଶ ସୁନ୍ନି ୱକଫ୍‌ ବୋର୍ଡକୁ ଅଯୋଧ୍ୟାରେ ମସଜିଦ୍‌ ନିର୍ମାଣ ପାଇଁ ଯେଉଁ ୫ ଏକର ଜମି ମିଳିଥିଲା ବୋର୍ଡ ତାକୁ ଗ୍ରହଣ କରିଛି। ଏହି ୫ ଏକର ଜମିରେ ମସଜିଦ୍‌ ନିର୍ମା‌ଣ ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବୋର୍ଡ ଦ୍ବାରା ଆଜି ଏନେଇ ପ୍ରଥମ ବୈଠକ ହୋଇଥିଲା। ବୈଠକରେ ଏହି ଜମିକୁ ଗ୍ରହଣ କରାଯାଉଥିବା କୁହାଯାଇଛି। ବୋର୍ଡ ଅଧ୍ୟକ୍ଷ ଜୁଫାର ଫାରୁକି କହିଛନ୍ତି, ମସଜିଦ୍‌ ନିର୍ମାଣ ପାଇଁ ଖୁବ୍‌ ଶୀଘ୍ର ଟ୍ରଷ୍ଟ୍‌ ଗଠନ ହେବ। ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଦିଆଯାଇଥିବା ୫ ଏକର ଜମିରେ ମସଜିଦ୍‌ ବାଦ୍‌ ଏକ ହସ୍ପିଟାଲ୍‌, ଇଣ୍ଡୋ-ଇସଲାମିକ୍‌ ରିସର୍ଚ୍ଚ ସେଣ୍ଟର ଏବଂ ଏକ ଲାଇ‌ବ୍ରେରି ନିର୍ମାଣ ହେବ। ତେବେ ସୁନ୍ନି ୱକଫ୍‌ ବୋର୍ଡର କିଛି ସଦସ୍ୟ ଆଜି ଏହି ବୈଠକ ବର୍ଜନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe