ଅମୃତସର : ଅଭିନେତାରୁ ରାଜନେତା ବନିଥିବା ବିଜେପି ପ୍ରାର୍ଥୀ ସନ୍ନି ଦେଓଲ ଆଜି ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରେ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ପ୍ରଥମେ ସେ ଅମୃତସର ସ୍ବର୍ଣ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଗୁରୁଦାସପୁର ଆସନରେ ସନ୍ନିଙ୍କୁ ଜିତାଇବାପାଇଁ ଆଜି ସନ୍ନିଙ୍କ ପିତା ଧର୍ମେନ୍ଦ୍ର ମଧ୍ୟ ଟ୍ବିଟ୍ କରି ଲୋକମାନଙ୍କ ସମର୍ଥନ ଚାହିଛନ୍ତି। ଉଲ୍ଲେଖଯୋଗ୍ୟ ଗୁରୁଦାସପୁର ଆସନରେ ସନ୍ନି କଡ଼ା ଚ୍ୟାଲେଂଜ ସାମ୍ନା କରୁଛନ୍ତି। ଏହି ଆସନରେ ପଞ୍ଜାବ କଂଗ୍ରେସ ମୁଖ୍ୟ ତଥା ବର୍ତ୍ତମାନର ସାଂସଦ ସୁନିଲ ଜାଖରଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।
ଗୁରୁଦାସପୁରରୁ ପ୍ରାର୍ଥିପତ୍ର ଦାଖଲ କଲେ ସନ୍ନି ଦେଓଲ
Advertisment
Follow Us