ଅଂଶୁଘାତ ଯୋଗୁଁ ୧୫ ମାଙ୍କଡ଼ ମଲେଣି

Advertisment
ଦିଲ୍ଲୀକୁ ମାଙ୍କଡ ମୁକ୍ତ କରିବା ପାଇଁ ପ୍ରଥମ ଥର ହେବ ଜନଗଣନା

ଭୋପାଳ: ଦେଶବ୍ୟାପୀ ଏବେ ବିଭିନ୍ନ ସ୍ଥାନରେ ଉତ୍କଟ ଜଳସଙ୍କଟ ଦେଖାଦେଇଛି। ମଣିଷଙ୍କ ପରି ଏବେ ପଶୁପକ୍ଷୀ ମଧ୍ୟ ଜଳସଙ୍କଟ ଦେଇ ଗତି କରୁଛନ୍ତି। ପାଣି ପାଇଁ ଲଢ଼େଇ ଲାଗୁଛି। ମଧ୍ୟପ୍ରଦେଶର ଦେୱସ୍‌ ଏବଂ ବାଗ୍‌ଲି ସ୍ଥିତ ‌‌ଯୋଶୀ ବାବା ଜଙ୍ଗଲ ଅଞ୍ଚଳରେ ପ୍ରାୟ ୧୫ଟି ମାଙ୍କଡ଼ ଅଂଶୁଘାତ ଏବଂ ଜଳାଭାବ ‌ଯୋଗୁଁ ପ୍ରାଣ ହରାଇଛନ୍ତି। ପ୍ରବଳ ଖରା ଯୋଗୁଁ ଉକ୍ତ ଜଙ୍ଗଲ ଅଞ୍ଚଳରେ ଥିବା ଜଳାଶୟଗୁଡ଼ିକ ଶୁଖି ଯାଇଥିବା ବେଳେ କେବଳ ଗୋଟିଏ ମାତ୍ର ଜଳାଶୟ ଉପରେ ସମସ୍ତ ପଶୁପକ୍ଷୀ ନିର୍ଭର କରୁଛନ୍ତି। କିନ୍ତୁ କିଛି ମାଙ୍କଡ଼ ଗୋଷ୍ଠୀ ଏବେ ଏହି ଜଳାଶୟକୁ କବ୍‌ଜା କରିନେଇଛନ୍ତି। ଅନ୍ୟ ମାଙ୍କଡ଼ମାନଙ୍କୁ ଏହି ଜଳାଶ୍ରୟରେ ପୂରାଇ ନଦେବା ଫଳରେ ଜଳ ଅଭାବରୁ ଶୋଷରେ ଛଟପଟ ହୋଇ ପ୍ରାୟ ୧୫ଟି ମାଙ୍କଡ଼ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe