ହରିୟାଣା ସୁପରସ୍ପ୍ରେଡର ଢାବାକୁ ଯାଇଛନ୍ତି ୧୦ ହଜାର ଲୋକ

୭୫ ସଂକ୍ରମିତ ହେବା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ

ହରିୟାଣା ସୁପରସ୍ପ୍ରେଡର ଢାବାକୁ ଯାଇଛନ୍ତି ୧୦ ହଜାର ଲୋକ

NYOOOZ

ନୂଆଦିଲ୍ଲୀ : ହରିୟାଣାର ମୁରଥଲ୍‌ରେ ରାଜପଥ କଡ଼ରେ ଥିବା ୨ଟି ଢାବା ଏବେ ସୁପର୍‌ସ୍ପ୍ରେଡର ପାଲଟିଛି। ଏହି ୨ଟି ଢାବାରେ ପ୍ରାୟ ୭୫ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ରାସ୍ତା କଡ଼ରେ ଥିବା ଏହି ୨ଟି ଢାବାକୁ ପ୍ରାୟ ୧୦ ହଜାର ଲୋକ ଖାଇବା ପାଇଁ ଯାଇଛନ୍ତି। ୭୫ ସଂକ୍ରମିତ ବାହାରିବା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। କିନ୍ତୁ ଢାବାକୁ ଆସି କେଉଁମା‌ନେ କରୋନା ସଂକ୍ରମିତ ହୋଇଛନ୍ତି ତାହା ଜାଣିବା ମୁସ୍କିଲ୍‌।

ସୋନେପତ ଜିଲ୍ଲା କମିସନର ଶ୍ୟାମ ଲାଲ୍‌ ପୁନିଆ କହିଛନ୍ତି, ଅମ୍ରିକ ଶୁଖଦେବ ଢାବାରୁ ୩୬୦ କର୍ମଚାରୀଙ୍କର ନମୁନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କ ନମୁନା ପଜିଟିଭ୍‌ ଆସିଛି। ସେହିପରି ଅଭିନେତା ଧର୍ମେନ୍ଦ୍ରଙ୍କ ମାଲିକାନାରେ ଥିବା ଗରମ ଧରମ ଢାବାର ୧୦ ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ତେବେ ଉକ୍ତ ୨ଟି ସୁପର୍‌ସ୍ପ୍ରେଡର ଢାବାକୁ ଆସିଥିବା ସମସ୍ତ ଗ୍ରାହକଙ୍କୁ ଚିହ୍ନଟ କରିବା ଖୁବ୍‌ କଷ୍ଟକର। ରାଜପଥ କଡ଼ରେ ଥିବା ଏହି ୨ଟି ଢାବା ଦିଲ୍ଲୀଠାରୁ ୭୦ କିମି ଦୂରରେ। ଜାତୀୟ ରାଜଧାନୀ ଏବଂ ଚଣ୍ଡିଗଡ଼ ମଧ୍ୟରେ ଯାତ୍ରା କରୁଥିବା ହଜାର ହଜାର ଲୋକଙ୍କ ପାଇଁ ଏହି ଢାବା ୨ଟି ଅତି ଲୋକପ୍ରିୟ ଖାଇବା ସ୍ଥାନ। ଲୋକମାନେ ଏଠାକୁ ସପ୍ତାହାନ୍ତରେ ଅଧିକ ସଂଖ୍ୟାରେ ଆସନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe