ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ସବୁଦିନ ସାହାଯ୍ୟ କରୁଛନ୍ତି ‘ସୁପର୍‌ ଟାଲେଣ୍ଟେଡ୍‌’ ବେଦାନ୍ତ ପଟେଲ୍‌: ହ୍ବାଇଟ୍‌ ହାଉସ୍‌

Advertisment
ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ସବୁଦିନ ସାହାଯ୍ୟ କରୁଛନ୍ତି ‘ସୁପର୍‌ ଟାଲେଣ୍ଟେଡ୍‌’ ବେଦାନ୍ତ ପଟେଲ୍‌: ହ୍ବାଇଟ୍‌ ହାଉସ୍‌

Image Courtesy of NDTV

ୱାସିଂଟନ୍‌: ‘ସୁପର୍‌-‌ଟାଲେଣ୍ଟେଡ୍‌’ (ଅତ୍ୟନ୍ତ ପ୍ରତିଭାବାନ୍‌) କହି ଗୁରୁବାର ଦିନ ହ୍ବାଇଟ୍‌ ହାଉସ୍‌ର ମୁଖପାତ୍ର ଜେନ୍‌ ସାକି ତାଙ୍କ ଭାରତୀୟ-ଆମେରିକୀୟ ସହଯୋଗୀ ବେଦାନ୍ତ ପଟେଲ୍‌ଙ୍କୁ ପ୍ରଶଂସା କରିଛନ୍ତି।

ଦୈନିକ ସାମ୍ବାଦିକ ସମ୍ମିଳନୀରେ ପଟେଲ୍‌ଙ୍କ ଉପସ୍ଥିତିରେ ସାକି ସାମ୍ବାଦିକମାନଙ୍କୁ କହିଛନ୍ତି, ତାଙ୍କୁ ସହଜିଆ କାମ ଦିଆ ଯାଇଛି କହି ମୁଁ ସବୁବେଳେ ତାଙ୍କ (ବେଦାନ୍ତ ପଟେଲ୍‌) ସହିତ ଥଟ୍ଟାପରିହାସ କରେ। କିନ୍ତୁ, ଆମେ ତାଙ୍କୁ ସହଜିଆ କାମ ଦେଇନାହୁଁ। କାରଣ, ସେ ହେଉଛନ୍ତି ‘ସୁପର୍‌-ଟାଲେଣ୍ଟେଡ୍‌’।

ସାକି ଆହୁରି ମଧ୍ୟ କହିଛନ୍ତି, ବେଦାନ୍ତ ଜଣେ ସୁନ୍ଦର ଲେଖକ। ସେ ଖୁବ୍‌ ଶୀଘ୍ର ଲେଖି ପାରନ୍ତି। ତା’ ବୋଲି ସେ ଜଣେ ଗଣମାଧ୍ୟମକୁ ରିପୋର୍ଟ କରିପାରିବେ ବୋଲି ମୁଁ ଜାଣି ନ ଥିଲି। ଆଗାମୀ ସରକାରରେ ମଧ୍ୟ ତାଙ୍କର କ୍ୟାରିୟର୍‌ ଅତ୍ୟନ୍ତ ଭଲ ହେବ ବୋଲି ମୋର ମନେହେଉଛି।

publive-image Image Courtesy of NDTV

ପ୍ରତିଦିନ ମତେ, ଆମ ସମସ୍ତଙ୍କୁ ଏବଂ ରାଷ୍ଟ୍ରପତିଙ୍କୁ ସେ ଯେଭଳି ସାହାଯ୍ୟ କରୁଛନ୍ତି ତାହା ବାସ୍ତବିକ୍‌ ବଡ଼ ବିଚିତ୍ର ବୋଲି ସାକି କହିଛନ୍ତି।

ବାଇଡେନ୍‌ ପ୍ରଶାସନ ଆରମ୍ଭରୁ ହ୍ବାଇଟ୍‌ ହାଉସ୍‌ରେ ସହକାରୀ ପ୍ରେସ୍‌ ସଚିବ ଥିବା ବେଦାନ୍ତ ପଟେଲ୍‌ ରିଭର୍‌ସାଇଡ୍‌ସ୍ଥିତ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରୁ ସ୍ନାତକ ଓ ଫ୍ଲୋରିଡାର ୱାରିଙ୍ଗ୍‌ଟନ୍‌ କଲେଜ୍‌ ଅଫ୍‌ ବିଜ୍‌ନେସ୍‌ରୁ ‘ଏମ୍‌ବିଏ’ ହାସଲ କରିଛନ୍ତି। ଗୁଜରାଟରେ ଜନ୍ମିତ ପଟେଲ୍‌ଙ୍କର ଲାଳନପାଳନ ହୋଇଥିଲା କାଲିଫର୍ଣ୍ଣିଆରେ।

ହ୍ବାଇଟ୍‌ ହାଉସ୍‌ର ୩୨ ବର୍ଷିୟ ବେଦାନ୍ତ ସାମ୍ବାଦିକମାନଙ୍କର ଅତି ପ୍ରିୟ। ‌‘ଲୋଅର୍‌ ପ୍ରେସ୍‌ ଅଫିସ୍‌’ରେ ତାଙ୍କର ଡେସ୍କ୍‌ଟିଏ ଅଛି। ସେଠାରେ ସେ ପ୍ରବାସବାସ ଏବଂ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଗଣମାଧ୍ୟମ ଅନୁସନ୍ଧାନ ପରିଚାଳନା କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe