ଅନ୍ଧବିଶ୍ୱାସୀ ବାପମାଆଙ୍କ କୋଳରେ ଜନ୍ମିଲା ନିରୀହ ଶିଶୁପୁତ୍ର! ଜନ୍ମକଲା ପିଲାକୁ ବଦଳାଇ କନ୍ୟା ସନ୍ତାନ ପାଇଁ ସିଡବ୍ଲୁସି ନିକଟରେ ପହଞ୍ଚିଲେ ନିଷ୍ଠୁର ଦମ୍ପତି

Advertisment
ଅନ୍ଧବିଶ୍ୱାସୀ ବାପମାଆଙ୍କ କୋଳରେ ଜନ୍ମିଲା ନିରୀହ ଶିଶୁପୁତ୍ର! ଜନ୍ମକଲା ପିଲାକୁ ବଦଳାଇ କନ୍ୟା ସନ୍ତାନ ପାଇଁ ସିଡବ୍ଲୁସି ନିକଟରେ ପହଞ୍ଚିଲେ ନିଷ୍ଠୁର ଦମ୍ପତି

ରାଞ୍ଚି: ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବିଭିନ୍ନ ଲୋକେ ବିଭିନ୍ନ ପ୍ରକାରର ଅସାମାଜିକ କାର୍ଯ୍ୟ କରୁଥିବାର ଉଦାହରଣ ଅନେକ ଥର ଦେଖିବାକୁ ମିଳିଛି। ମାତ୍ର ନିକଟରେ ଯେପରି ଘଟଣା ଘଟିଛି ତାହା କେବଳ ଅନ୍ଧବିଶ୍ୱାସର କରୁଣ ପରିଣାମ ନୁହେଁ, ବରଂ ଏହି କୁବିଶ୍ୱାସ ବଢ଼ିଗଲେ ବାପାମାଆ ବି ଅନ୍ଧ ହୋଇପଡ଼ନ୍ତି ତାହାର ଜ୍ୱଳନ୍ତ ଉଦାହରଣ।

ଘଟଣାଟି ହେଉଛି, ଝାରଖଣ୍ଡସ୍ଥିତ ରାଞ୍ଚିର। ଜଣେ ମହିଳା ଗର୍ଭବତୀ ଥିବା ଅବସ୍ଥାରେ ତାଙ୍କ ପରିବାର ଲୋକ ଜଣେ ଜ୍ୟୋତିଷଙ୍କୁ ପରାମର୍ଶ କରିଥିଲେ। ଜ୍ୟୋତିଷ ଜଣକ ମହିଳା ଓ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ଯେ ମହିଳାଙ୍କ ଗର୍ଭରେ ରହିଥିବା ସନ୍ତାନ ତାଙ୍କ ଖରାପ ସମୟର କାରଣ ବନିବ। ସେହି ସନ୍ତାନ ଜଣେ ଅଶୁଭ ସନ୍ତାନ ହୋଇଥିବା ହେତୁ ସେମାନଙ୍କ ଯନ୍ତ୍ରଣାର କାରଣ ସାଜିବ।

ପିଲାଟି ଜନ୍ମଲାଭ କରିଥିଲା। ଯେଉଁ ବାପାମାଆଙ୍କ ସ୍ନେହଭରା ଆଖି ଉପରେ ତା’ର ସଂପୂର୍ଣ୍ଣ ଅଧିକାର ରହିବା କଥା, ପ୍ରଥମ ମୁହୂର୍ତ୍ତରୁ ହିଁ ସେ ତା’ର ଅଧିକାର ହରେଇ ବସିଥିଲା। ନିଜ ଜନ୍ମକଲା କଅଁଳ ଶିଶୁକୁ ସ୍ନେହବୋଳା ଦୃଷ୍ଟିରେ ଦେଖିବା ବଦଳରେ କିପରି ଘରୁ ବିଦା କରିବେ ତାହାର ଯୋଜନା କରିଥିଲେ ଅନ୍ଧବିଶ୍ୱାସୀ ବାପାମାଆ।

publive-image

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ବାପାମାଆ ନବଜାତ ଶିଶୁ ପୁତ୍ରଟିକୁ ନେଇ ପହଞ୍ଚିଥିଲେ ଶିଶୁ କଲ୍ୟାଣ ସମିତି(ସିଡବ୍ଲୁସି) ନିକଟରେ। ପିଲାଟିକୁ ବଦଳାଇ ତା’ ବଦଳରେ ଏକ କନ୍ୟା ଆଣିବା ପାଇଁ କହିଥିଲେ। ଯଦିଓ ସେମାନେ ଦର୍ଶଇଥିବା କାରଣ ଅବାନ୍ତର ଓ ବେନିୟମ୍‌, ତଥାପି ବି ଏପରି ଏକ ନିଷ୍ଠୁର ପରିବାର ଭିତରକୁ ଶିଶୁଟିକୁ ଫେରାଇବାୁ ଚାହିଁନଥିଲା ସିଡ୍ଲୁସି। ଏପରି ପରିବାରରେ ପିଲାଟି ସୁରକ୍ଷିତ ନୁହେଁ ବୋଲି ଚିନ୍ତା କରି ସିଡବ୍ଲୁସି ପିଲାଟିକୁ ନିଜ ହାତକୁ ନେଇଛି।

ଦମ୍ପତିଙ୍କ କହିବା ମୁତାବକ, ସେମାନଙ୍କ ପୁଅ ହେଲେ ପରିବାରର ଅମଙ୍ଗଳ ହେବ ବୋଲି ଜ୍ୟୋତିଷ ଭବିଷ୍ୟବାଣୀ କରିବା ପରେ ମହିଳା ପିଲା ଜନ୍ମର ଦୁଇ ମାସ ପୂର୍ବରୁ ଯାଇ ତାଙ୍କ ବାପଘରେ ରହୁଥିଲେ। ସମୟ ହେବା ପରେ ମହିଳାଙ୍କ ଗର୍ଭରୁ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ଯଦି ସେ ପୁଅକୁ ମହିଳା ନିଜ ପାଖରେ ରଖନ୍ତି ତେବେ ପରିବାର ଲୋକ ତାଙ୍କୁ ଘରେ ପୂରାଇବେ ନାହିଁ ବୋଲି ମନା କରିବା ପରେ ପତିପତ୍ନୀ ଶିଶୁ କଲ୍ୟାଣ ସମିତିର ଦ୍ୱାରସ୍ଥ ହୋଇଥିଲେ।

ଏବେ ସିଡବ୍ଲୁସି ପିଲାଟିକୁ ଗ୍ରହଣ କରିବା ପରେ ପ୍ରକାଶ କରିଛି ସେ ସାଧାରଣତଃ ଗରିବ, ଅବିବାହିତ ମାଆ, ଦୁଷ୍କର୍ମ ପୀଡ଼ିତା କିମ୍ବା କନ୍ୟା ସନ୍ତାନ ଚାହୁଁନଥିବା ପରିବାର ଲୋକେ ନିଜର ସନ୍ତାନ ଦାନ କରିଥାନ୍ତି। ଏପରି ଘଟଣା ସଂପୂର୍ଣ୍ଣ ନୂଆ। ଅନ୍ୟ ବାପାମାଆଙ୍କ ପରି ଏହି ପିଲାଟିର ବାପାମାଆଙ୍କ ନିକଟରେ ମଧ୍ୟ ନିଜ ପିଲାକୁ ଫେରାଇ ନେବା ପାଇଁ ୬୦ ଦିନ ସମୟ ରହିଛି। ତା’ପରେ ବି ଯଦି ସେମାନେ ପିଲଟିକୁ ଘରକୁ ଫେରାଇ ନ ନିଅନ୍ତି ତେବେ ଆଇନ୍‌ ଦୃଷ୍ଟିରୁ ଶିଶୁଟିକୁ ଅନ୍ୟ କୌଣସି ନିସନ୍ତାନ କିମ୍ବା ସନ୍ତାନ ଗ୍ରହଣ କରିବାକୁ ଚାହୁଁଥିବା ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଭାବେ ଦିଆଯାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe