ସିଏଏ ସମର୍ଥନରେ ବାହାରିଲେ ୧୧୦୦ ବୁଦ୍ଧିଜୀବୀ

Advertisment
ସିଏଏ ସମର୍ଥନରେ ବାହାରିଲେ ୧୧୦୦ ବୁଦ୍ଧିଜୀବୀ

india today

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଂଚଳରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ହିଂସା ଜାରି ରହିଥିବା ବେଳେ ଏକ ବଡ଼ ବୁଦ୍ଧିଜୀବୀ ବର୍ଗ ଏହି ଆଇନର ସମର୍ଥନରେ ବାହାରିଛନ୍ତି। ଦେଶବ୍ୟାପୀ ୧୧୦୦ ବୁଦ୍ଧିଜୀବୀ ଏହି ଆଇନର ସମର୍ଥନରେ ମିଳିତ ବୟାନ ଜାରି କରିବା ସହ ଆଇନକୁ ନେଇ ଲାଗି ରହିଥିବା ବିଭ୍ରାନ୍ତି ଏବଂ ହିଂସା ବନ୍ଦ ହେବା ଉଚିତ ବୋଲି କହିଛନ୍ତି। ଧାର୍ମିକ ଉତ୍ପୀଡ଼ର ଶିକାର ହୋଇ ଭାରତ ଆସୁଥିବା ଶରଣାର୍ଥୀଙ୍କ ପାଇଁ ସରକାର ଲାଗୁ କରିଥିବା ଏହି ଆଇନ ଅତ୍ୟନ୍ତ ସ୍ପଷ୍ଟ ଏବଂ ଏହା ଦେଶ ହିତରେ ଏକ ବଡ଼ ପଦକ୍ଷେପ ବୋଲି ଦର୍ଶାଯାଇଛି। ବୁଦ୍ଧିଜୀବୀଙ୍କ ପତ୍ରରେ କୁହାଯାଇଛି ଯେ ୧୯୫୦ରେ ନେହରୁ-ଲିୟାକତ ଚୁକ୍ତି ବିଫଳ ହୋଇଥିବାରୁ ଏଭଳି ଏକ ଆଇନ ଜରୁରୀ ଥିଲା। ପୂର୍ବରୁ ସିପିଏମ୍‌ ଏବଂ କଂଗ୍ରେସ ଦଳ ମଧ୍ୟ ପାକିସ୍ତାନ ଏବଂ ବାଂଲାଦେଶରୁ ଆସୁଥିବା ଶରଣାର୍ଥୀଙ୍କୁ ନାଗରିକତା ଦେବାକୁ ଦାବି କରିଥିଲା। ନାଗରିକତା ସଂଶୋଧନ ଆଇନ ପାଇଁ କେନ୍ଦ୍ର ସରକାର ଏବଂ ସାଂସଦମାନଙ୍କୁ ବୁଦ୍ଧିଜୀବୀମାନେ ଅଭିନନ୍ଦନ ଜଣାଇଛନ୍ତି। ଭାରତର କୌଣସି ନାଗରିକ, କୌଣସି ଧର୍ମ ଏବଂ ବ୍ୟକ୍ତିଙ୍କ ବିରୋଧରେ ଏହି ଆଇନ ନଥିଲେ ମଧ୍ୟ କେବଳ ଅପପ୍ରଚାର ଓ ବିଭ୍ରାନ୍ତି ଯୋଗୁଁ ସମସ୍ୟା ଉପୁଜିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe