ଆତଙ୍କବାଦୀଙ୍କୁ ସମର୍ଥନ କରିବା ପାକିସ୍ତାନର ରାଷ୍ଟ୍ରନୀତି: ଜାତିସଂଘରେ ପାକିସ୍ତାନକୁ ଭାରତର ସମାଲୋଚନା

Advertisment
ଆତଙ୍କବାଦୀଙ୍କୁ ସମର୍ଥନ କରିବା ପାକିସ୍ତାନର ରାଷ୍ଟ୍ରନୀତି: ଜାତିସଂଘରେ ପାକିସ୍ତାନକୁ ଭାରତର ସମାଲୋଚନା

ଜାତିସଂଘ: ଆତଙ୍କବାଦୀଙ୍କୁ ସମର୍ଥନ କରିବା ପାକିସ୍ତାନର ରାଷ୍ଟ୍ରନୀତିରେ ପରିଣତ ହୋଇଥିବା କଥା ମଙ୍ଗଳବାର ଦିନ ଜାତିସଂଘରେ ନୂଆଦିଲ୍ଲୀର ପ୍ରତିନିଧି କାଜଲ ଭଟ୍ଟ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ପଟୁ ସୃଷ୍ଟି ହେଉଥିବା ସୀମାପାରି ଆତଙ୍କବାଦ ବିରୋଧରେ ଭାରତ ଦୃଢ଼ ଓ ନିଷ୍ପତ୍ତିମୂଳକ ପଦକ୍ଷେପ ଗ୍ରହଣ କରିଚାଲିବ। କାରଣ, ଆତଙ୍କବାଦ, ବିଦ୍ବେଷ ଓ ହିଂସା ମୁକ୍ତ ବାତାବରଣରେ ହିଁ କୌଣସି ପ୍ରକାର ତାତ୍ପର୍ଯ୍ୟପୂର୍ଣ୍ଣ ଆଲୋଚନା ସମ୍ଭବପର।

ଜାତିସଂଘ ନିରାପତ୍ତା ପରିଷଦ୍‌ରେ ଉଦ୍‌ବୋଧନ ଦେଇ ଜାତିସଂଘର ସ୍ଥାୟୀ ମିସନ୍‌ରେ ଥିବା ଭାରତର କାଉନ୍‌ସେଲର୍‌ କାଜଲ ଭଟ୍ଟ କହିଲେ, ପାକିସ୍ତାନ ସମତେ ସମସ୍ତ ଦେଶ ସହ ଭାରତ ସ୍ବାଭାବିକ ପଡ଼ୋଶୀ ସମ୍ପର୍କ ରକ୍ଷା କରିବାକୁ ଚାହେଁ। ଯଦି କୌଣସି ସମସ୍ୟା ଥାଏ, ତେବେ ସିମଲା ରାଜିନାମା ଏବଂ ଲାହୋର୍‌ ଘୋ‌ଷଣାନାମା ଅନୁଯାୟୀ ଦ୍ବିପାକ୍ଷିକ ଏବଂ ଶାନ୍ତିପୂର୍ଣ୍ଣ ଭାବେ ତାହା ସମାଧାନ କରିବାକୁ ଭାରତ ପ୍ରତିବଦ୍ଧ।

publive-image Image Courtesy of Pehal News

୧୫ ରାଷ୍ଟ୍ରବିଶିଷ୍ଟ ପରିଷଦ୍‌ରେ ଇସ୍‌ଲାମାବାଦ କଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବାରୁ ଜାତିସଂଘ ନିରାପତ୍ତା ପରିଷଦ୍‌ର ପାକିସ୍ତାନକୁ ଭାରତ ଉପରୋକ୍ତ ପ୍ରତ୍ୟୁତ୍ତର ଦେଇଛି। ‘ପ୍ରତିରକ୍ଷାତ୍ମକ କୂଟନୀତି ମାଧ୍ୟମରେ ଆନ୍ତର୍ଜାତିକ ଶାନ୍ତି ଏବଂ ନିରାପତ୍ତା ବାଜୟ ରଖିବା’ ସଂକ୍ରାନ୍ତ ବିତର୍କରେ ଜାତିସଂଘସ୍ଥିତ ପାକିସ୍ତାନର ରାଷ୍ଟ୍ରଦୂତ ମୁନିର ଅକ୍ରମ୍‌ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିଥିଲେ।

ଏ ସଂକ୍ରାନ୍ତରେ ଭଟ୍ଟ ଆହୁରି ମଧ୍ୟ କହିଛନ୍ତି, ଜାତିସଂଘ ଯୋଗାଇ ଦେଇଥିବା ମଞ୍ଚର ଅପବ୍ୟବହାର କରି ପାକିସ୍ତାନ ପ୍ରତିନିଧି ମୋ ଦେଶ ବିରୋଧରେ ମିଥ୍ୟା ଏବଂ ବିଦ୍ବେଷଭରା ପ୍ରଚାର କରିବାରେ ଏହା ପ୍ରଥମ ଘଟଣା ନୁହେଁ। ନିଜ ଦେଶର କରୁଣ ପରିସ୍ଥିତିରୁ ବିଶ୍ବର ଦୃଷ୍ଟି ହଟାଇବା ପାଇଁ ପାକିସ୍ତାନ ପ୍ରତିନିଧିଙ୍କର ଏହା ଗୋଟାଏ ନିଷ୍ଫଳ ପ୍ରୟାସ। ପାକିସ୍ତାନରେ ସାଧାରଣ ଜନତା ବିଶେଷକରି, ସଂଖ୍ୟଲଘୁ ସଂପ୍ରଦାୟଙ୍କ ଜୀବନଯାପନ ଶୋଚନୀୟସ୍ତରକୁ ଖସି ଆସିଥିବା ବେଳେ ଆତଙ୍କବାଦୀମାନେ ‘ଫ୍ରି ପାସ୍‌’ ପାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe