କଂଗ୍ରେସ ବୈଠକରେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରି ହଙ୍ଗାମା କଲେ ସମର୍ଥକ

ପଞ୍ଜାବ ପରେ ରାଜସ୍ଥାନ ପାଳି, ବଦଳି ପାରନ୍ତି ମୁଖ୍ୟମନ୍ତ୍ରୀ !

Indian Express

ଜୟପୁର: ରାଜସ୍ଥାନରେ ଗେହଲଟ୍ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବାର ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ କଂଗ୍ରେସ ନେତା ସଚିନ ପାଇଲଟଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି | ଆଜି ରାଜସ୍ଥାନର ପିସିସି ସଭାପତି ତଥା ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଏକ ଜରୁରୀ ବୈଠକ ଡାକିଥିବାବେଳେ ଏହି ବୈଠକ ଆରମ୍ଭ ହେବା ମାତ୍ରେ ପାଇଲଟଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ହଙ୍ଗାମା କରିଥିଲେ |  ରାଜସ୍ଥାନର ପୂର୍ବତନ ପିସିସି ମୁଖ୍ୟ ସଚିନ ପାଇଲଟଙ୍କୁ, ଅଶୋକ ଗେହଲଟଙ୍କ ସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ସେମାନେ ଦାବି କରିଥିଲେ। ଏହି ବୈଠକରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏବଂ ରାଜସ୍ଥାନର ଦାୟିତ୍ୱରେ ଥିବା ଅଜୟ ମାକେନ୍ ମଧ୍ୟ ଉପସ୍ଥିତ ଥିଲେ।

ତେବେ ଏହି ଘଟଣାକୁ ନେଇ ପାଇଲଟ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ସୂଚନା ଥାଉ କି ଯେ ପଞ୍ଜାବ କଂଗ୍ରେସ ବିବାଦର ସମାଧାନ ପରେ ଏବେ ହାଇକମାଣ୍ଡ ରାଜସ୍ଥାନ କଂଗ୍ରେସରେ କୁହୁଳୁଥିବା ବିଶୃଙ୍ଖଳାକୁ ପ୍ରଶମିତ କରିବାକୁ ଉଦ୍ୟମ କରୁଛନ୍ତି | ବର୍ତ୍ତମାନର ରାଜସ୍ଥାନ କ୍ୟାବିନେଟ ଅନୁଯାୟୀ, ଗେହଲଟ ସରକାରରେ ଆଉ ୯ ଜଣ ମନ୍ତ୍ରୀ ହୋଇପାରିବେ ।

ଆଉ ଗେହଲଟ୍ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ପାଇଲଟ ଗୋଷ୍ଠୀଙ୍କୁ ମନ୍ତ୍ରୀ କରିବାକୁ କଂଗ୍ରେସ ହାଇକମାଣ୍ଡ ବିଚାର କରୁଥିବାବେଳେ ଯଦି ଏପରି ହୁଏ ତେବେ ଗେହଲଟଙ୍କ କିଛି ସମର୍ଥକ ବାଦ ପଡିବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe