ମଧ୍ୟାହ୍ନ ଭୋଜନ ନିୟମ ଉଲ୍ଲଙ୍ଘନ, ରାଜ୍ୟ ସରକାରଙ୍କୁ ଲକ୍ଷେ ଟଙ୍କା ଜରିମାନା କଲେ ସୁପ୍ରିମକୋର୍ଟ

Advertisment
ମଧ୍ୟାହ୍ନ ଭୋଜନ ନିୟମ ଉଲ୍ଲଙ୍ଘନ, ରାଜ୍ୟ ସରକାରଙ୍କୁ ଲକ୍ଷେ ଟଙ୍କା ଜରିମାନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଅନଲାଇନ୍‌ ଲିଙ୍କ୍ ସୃଷ୍ଟି ନକରିବା ଯୋଗୁଁ ଆଜି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। ଗତ ଶୁଣାଣିରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଅନଲାଇନ୍‌ ଲିଙ୍କ୍‌ ସୃଷ୍ଟି କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହି କାର୍ଯ୍ୟ ଶେଷ କରିବାପାଇଁ ଆଉ କିଛିଦିନ ସମୟ ଦରକାର। ଯାହାଦ୍ବାରା ଏନ୍‌ଆଇସି କାର୍ଯ୍ୟ ଶେଷ କରିପାରିବ ଏବଂ ଅନଲାଇନ୍‌ ଲିଙ୍କ୍‌ ସୃଷ୍ଟି କରାଯାଇପାରିବ ‌ବୋଲି ରାଜ୍ୟ ସରକାରଙ୍କ ଓକିଲ ଡ. ଅନିନ୍ଦିତା ପୁଜାରୀ ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ କହିଥିଲେ। ମାତ୍ର, ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଯୁକ୍ତି ଗ୍ରହଣ କରିନଥିଲେ ଏବଂ ୧ ଲକ୍ଷ ଟଙ୍କା ଜରିମାନା କରିଥିଲେ। ୪ ସପ୍ତାହ ମଧ୍ୟରେ ଜରିମାନା ରାଶି ସୁପ୍ରିମକୋର୍ଟର ଲିଗାଲ୍‌ ସର୍ଭିସେସ୍‌ ଫଣ୍ଡ୍‌ରେ ଜମା କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ବାଦ୍‌ କୋର୍ଟ ଆଜି ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ଜମ୍ମୁ କଶ୍ମୀରକୁ ମଧ୍ୟାହ୍ନଭୋଜନ ନିୟମ ଉଲ୍ଲଂଘନ ପାଇଁ ଲକ୍ଷେ ଟଙ୍କା ଲେଖାଏଁ ଏବଂ ଦିଲ୍ଲୀକୁ ୨ ଲକ୍ଷ ଟଙ୍କା ଜରିମାନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe