ବ୍ୟକ୍ତିଗତ ସମ୍ପତ୍ତି ଏକ ମାନବିକ ଅଧିକାର: ସୁପ୍ରିମ୍‌ କୋର୍ଟ

Advertisment
ପୂଜାସ୍ଥଳ ଅଧିନିୟମ ନେଇ ଶୁଣାଣି କରିବେ ସୁପ୍ରିମ୍‌ କୋର୍ଟ

Image Courtesy of Zee News

ନୂଆଦିଲ୍ଲୀ: ନିଜ ସମ୍ପତ୍ତି ଉପରେ ମାଲିକାନା ରହିବା ଜଣେ ବ୍ୟକ୍ତିଙ୍କ ମାନବିକ ଅଧିକାର। କୌଣସି ରାଜ୍ୟ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ସମ୍ପତ୍ତିକୁ ଅନଧିକାର ପ୍ରବେଶ କରିପାରିବେନି କି ବିନା ଆଇନଗତ ପ୍ରକ୍ରିୟାରେ ଏହାକୁ ନେଇ ପାର‌ି‌ବେନି। ବ୍ୟକ୍ତିଗତ ଜମିକୁ ହାସଲ କରି ପରେ ଏହାକୁ ନିଜର ବୋଲି କୌଣସି ରାଜ୍ୟ ଦାବି କରିବା ଜଣେ ବ୍ୟକ୍ତିର ମାନବିକ ଅଧିକାରକୁ ଉଲ୍ଳଂଘନ କରୁଛି। ସମ୍ବିଧାନର ଧାରା ୩୦୦ ଏ ଅଧୀନରେ ଏହା ସାମ୍ବିଧାନିକ ଅଧିକାରକୁ ମଧ୍ୟ ଉଲ୍ଲଂଘନ କରୁଛି। ଜନମଙ୍ଗଳ ରାଷ୍ଟ୍ରରେ ସମ୍ପତ୍ତି ଅଧିକାର ହେଉଛି ଏକ ମାନବିକ ଅଧିକାର। ତେଣୁ ଜଣେ ବ୍ୟକ୍ତିର ତା’ ନିଜ ସମ୍ପତ୍ତି ଉପରେ ମାଲିକାନା ରହିଛି ବୋଲି ସୁପ୍ରିମକୋର୍ଟର ବିଚାରପତି ଇନ୍ଦୁ ମାଲହୋତ୍ରା ଏବଂ ଅଜୟ ରସ୍ତୋଗି ଗତ ଜାନୁଆରି ୮ ତାରିଖ ରାୟରେ କହିଛନ୍ତି।

ଗତ ୫୨ ବର୍ଷ ପୂର୍ବେ ବିଦ୍ୟା ଦେବୀ ନାମକ ଜଣେ ବିଧବା ମହିଳାଙ୍କ ଠାରୁ ହିମାଚଳ ପ୍ରଦେଶ ସରକାର ବଳପୂର୍ବକ ତାଙ୍କ ୫ ଏକର ଜମି ନେଇ ଯାଇଥିଲେ। ୧୯୬୭ରେ ହମିରପୁର ଜିଲ୍ଲାରେ ଏକ ରାସ୍ତା‌ ନିର୍ମାଣ କାର୍ଯ୍ୟ ପାଇଁ ସରକାର ତାଙ୍କ ଜମି ନେଇଥିଲେ। କିନ୍ତୁ ଏନେଇ ତାଙ୍କୁ କିଛି କ୍ଷତିପୂରଣ ମିଳିନଥିଲା। ବିଦ୍ୟା ଦେବୀ ପାଠ ପଢ଼ିନଥିବାରୁ ସେ ଆଇନ କାନୁନ ବିଷୟରେ କିଛି ଜାଣିନଥିଲେ। କିନ୍ତୁ ସମ୍ପତ୍ତି ଅଧିକାର ବିଷୟରେ ବିଦ୍ୟା ଦେବୀ ୨୦୧୦‌ ମସିହାରେ ଜାଣିବାକୁ ପାଇବା ପରେ ଏନେଇ ସେ ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସେଠାରେ ସେ ନିରାଶ ହେବାପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଉକ୍ତ ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ୮୦ ବର୍ଷୀୟା ବିଦ୍ୟା ଦେବୀଙ୍କୁ ରାଜ୍ୟ ସରକାର ୧ କୋଟି କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe