ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନ ପାଇଁ ଶତାଧିକ ଗିରଫ, ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ

Advertisment
ଡାକ୍ତରଙ୍କୁ ଠିକ୍‌ ସମୟରେ ଦରମା ଦିଅ : ସୁପ୍ରିମକୋର୍ଟ‌

image source-- newsclick

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ପାଇଁ ଶତାଧିକ ସଂଖ୍ୟାରେ ଲୋକମାନଙ୍କୁ ଗିରଫ କରାଯାଇଛି । ଯେଉଁଥିରେ ଅଧିକ ସଂଖ୍ୟକ ଲୋକମାନଙ୍କୁ ସାମାନ୍ୟ ଅପରାଧ ପାଇଁ ଗିରଫ କରି ଜେଲ୍‌ରେ ରଖାଯାଇଛି। ‌ପୁଲିସ ଦ୍ବାରା ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି।

ଆବେଦନକାରୀ ଡଃ ବିକ୍ରମ ସିଂହ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନରେ ସାମାନ୍ୟ ଅପରାଧ ପାଇଁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆଜି ଜନସ୍ବାର୍ଥ ମାମଲା ଦାଖଲ କରାଯାଇଛି। ଜନସ୍ବାର୍ଥ ମାମଲାରେ ଲକ୍‌ଡାଉନ୍‌ ନିୟମର ଉଲ୍ଲଂଘନ ପାଇଁ ଓଡ଼ିଶାରେ ୨୦୦ରୁ ଅଧିକ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇଥିବାର ଉଲ୍ଲେଖ କରାଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଭିତ୍ତିରେ ଏହି ସଂଖ୍ୟାକୁ ପିଟିସନ୍‌ରେ ଉଲ୍ଲେଖ କରାଯାଇଛି। ପିଟିସନ୍‌ରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଲମାନଙ୍କରେ କ୍ଷମତାରୁ ଅଧିକ ରହୁଥିବା କଏଦୀମାନଙ୍କୁ ଛାଡ଼ିବାର ନିର୍ଦ୍ଦେଶ ଦେଉଥିବାବେଳେ ଲକ୍‌ଡାଉନ୍‌ ନିୟମର ଉଲ୍ଲଂଘନ ପାଇଁ ସାମାନ୍ୟ ଅପରାଧରେ ଜଡ଼ିତ ଲୋକମାନଙ୍କୁ ଗିରଫ କରି ଜେଲ୍‌ରେ ରଖିବା ପୁଲିସ ଓ ନ୍ୟାୟିକ ପ୍ରକ୍ରିୟାରେ ବୋଝ ବୋଲି ଦର୍ଶାଯାଇଛି। ମାମଲାର ତୁରନ୍ତ ଶୁଣାଣି ପାଇଁ ଅଭିଯୋଗକାରୀଙ୍କ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe