The Hindu
ନୂଆଦିଲ୍ଲୀ : ଅନୁସୂଚିତ ଜାଜି, ଜନଜାତି ଏବଂ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗର ଲୋକଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ସରକାର ପୁଣିଥରେ ସମୀକ୍ଷା କରନ୍ତୁ। ଯେଉଁମାନେ ଧନୀ ଏବଂ ସ୍ବଚ୍ଛଳ ଅଛନ୍ତି ଅଛନ୍ତି, ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଉ ଏବଂ ହିତାଧିକାରୀ ତାଲିକାକୁ ସରକାର ପୁନଃ ସମୀକ୍ଷା କରନ୍ତୁ ବୋଲି ଆଜି ସୁପ୍ରିମ୍ କୋର୍ଟ ଏ ସଂକ୍ରାନ୍ତ ଏକ ଶୁଣାଣିରେ କହିଛନ୍ତି। ସଂରକ୍ଷଣ ନେଇ ଯେଉଁମାନଙ୍କୁ ପ୍ରକୃତରେ ସହଯୋଗ ଦରକାର ଏବଂ ଯେଉଁମାନେ ଅସହାୟ ସେମାନଙ୍କୁ ହିଁ ସୁବିଧା ମିଳୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅନୁସୂଚିତ ଅଞ୍ଚଳରେ କେବଳ ଅନୁସୂଚିତ ଜନଜାତିଙ୍କୁ ଶିକ୍ଷକଭାବେ ନିଯୁକ୍ତି ଦିଆଯିବ ବୋଲି ଆନ୍ଧ୍ରପ୍ରଦେଶ ସରକାର ୨୦୦୦ ମସିହାରେ ଯେଉଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ଆଜି ସେ ନେଇ ଶୁଣାଣି କରି ରାଜ୍ୟ ସରକାରଙ୍କ ଆଦେଶକୁ ଖାରଜ କରିଛନ୍ତି ଏବଂ ଏ ଦିଗରେ ସରକାର ବିହୀତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି।ଜଷ୍ଟିସ୍ ଅରୁଣ ମିଶ୍ର, ଇନ୍ଦିରା ବାନାର୍ଜୀ, ବୀନିତ ସରଣ , ଏମ୍ଆର ଶାହ ଏବଂ ଅନିରୁଦ୍ଧ ବୋସ୍ଙ୍କ ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ସଂରକ୍ଷଣର ଫାଇଦା ଏଭଳି ଅନେକ ଲୋକ ପାଉଛନ୍ତି, ଯେଉଁମାନେ ଏଥିପାଇଁ ଆଦୌ ଯୋଗ୍ୟ ନୁହନ୍ତି। ଉଭୟ ଅର୍ଥନୈତିକ ଏବଂ ସାମାଜିକ କ୍ଷେତ୍ରରେ ସୁଦୃଢ଼ ସ୍ଥିତିରେ ଥିବା ଲୋକଙ୍କୁ ଏହି ସୁବିଧା ମିଳିବା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଛନ୍ତି।
Follow Us