ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନରେ ମନ୍ଥରତା ମାମଲା: ଓଡ଼ିଶାର ଆବେଦନକୁ ଗ୍ରହଣ କଲେନି ସୁପ୍ରିମ୍‌ କୋର୍ଟ

ମଦ ଦୋକାନ ଲଟେରି ପ୍ରସଙ୍ଗ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

Image Source: Zee News

ନୂଆଦିଲ୍ଲୀ: ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା କରିବାର ରାଜ୍ୟମାନଙ୍କର ମନ୍ଥରତାକୁ ନେଇ ସୁପ୍ରିମକୋର୍ଟ ଆଜି ପୁଣିଥରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ନର୍ଦ୍ଧାରିତ ସମୟରେ ଜବାବ ଦାଖଲ କରିପାରିନଥିବା ରାଜ୍ୟମାନଙ୍କର ଜୋରିମାନା ରାଶିକୁ ଦ୍ବିଗୁଣିତ କରିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଏମ୍‌ ବି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଜୋରିମାନା ଛାଡ଼ ପାଇଁ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ କରାଯାଇଥିବା ଆବେଦନକୁ ଗ୍ରହଣ କରିନାହାନ୍ତି।

ସୂଚନା ଅନୁସାରେ, ଗତ ଜାନୁଆରି ୨୯ ତାରିଖ ଦିନ ଜବାବ ଦାଖଲ କରିପାରିନଥିବା ଯୋଗୁ ଧାର୍ଯ୍ୟ ହୋଇଥିବା ୧ ଲକ୍ଷ ଟଙ୍କାର ଜୋରିମାନାକୁ ଛାଡ଼ କରିବା ପାଇଁ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଅନୁରୋଧ କରାଯାଇଥିଲା। ମାତ୍ର, ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ଅନୁ‌େରାଧକୁ ଗ୍ରହଣ କରିନାହାନ୍ତି। ବରଂ, ୨ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, ସମସ୍ତ ରାଜ୍ୟମାନଙ୍କ ପକ୍ଷରୁ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ବାବଦରେ ଜବାବ ଦାଖଲ କରାଯିବା ପରେ ମାମଲାର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗତ ଶୁଣାଣିରେ ସୁପ୍ରିମକୋର୍ଟ ଓଡ଼ିଶା ସମେତ ୭ଟି ରାଜ୍ୟକୁ ଜୋରିମାନା କରିବା ସହିତ ଏକ ମାସ ଭିତରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ କହିଥିଲେ। ସୂଚନାଯୋଗ୍ୟ, ୨୦୦୮ରେ ସଂସଦରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା କରାଯିବାକୁ ନେଇ କେନ୍ଦ୍ର ସରକାର ଏକ ବିଲ୍ ପାସ୍ କରିଥିଲେ। ଦେଶରେ ୨୫୦୦ଟି ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏ ପର୍ଯ୍ୟନ୍ତ ମାତ୍ର ୨୦୮ଟି ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe