ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଚାଲେଞ୍ଜ କରି ହୋଇଥିବା ଆବେଦନକୁ ତାଲିକାଭୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଦଶହରା ଛୁଟି ପରେ ଏହା ତାଲିକାଭୁକ୍ତ ହେବ ବୋଲି ପ୍ରଧାନବିଚାରପତି ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ଅକ୍ଟୋବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଦଶହରା ଛୁଟି ରହିବ। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏଥିସହିତ ଜମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଏଥିରୁ ଗୋଟିଏ ଜମ୍ମୁ କାଶ୍ମୀର ହୋଇଥିବାବେଳେ ଅନ୍ୟଟି ଲଦାଖ।
ଧାରା ୩୭୦ ଉଚ୍ଛେଦ ମାମଲା ତାଲିକାଭୁକ୍ତ ପାଇଁ ସୁପ୍ରିମକୋର୍ଟ ରାଜିହେଲେ
Advertisment
Follow Us