୬ଦିନ ପରେ ୟେମେନରେ କେରଳୀ ନର୍ସଙ୍କୁ ଦିଆଯିବ ଫାଶୀ, ହସ୍ତକ୍ଷେପ କରିବେ କି ଭାରତ ସରକାର?

New Project

ନୂଆଦିଲ୍ଲୀ: ୬ଦିନ ପରେ ୟେମେନରେ କେରଳୀ ନର୍ସଙ୍କୁ ଦିଆଯିବ ଫାଶୀ। ବଞ୍ଚାଇବେ କି ଭାରତ ସରକାର? ଏହି ପ୍ରଶ୍ନ ଏବେ ସବୁ ଭାରତୀୟଙ୍କ ମନରେ। ୟେମେନ‌କୁ ଚାକିରି କରିବାକୁ ଯାଇଥିବା ନର୍ସ ନିମିଶା ପ୍ରିୟା ଜଣେ ୟେମେନ ନାଗରିକଙ୍କ ହତ୍ୟା ପାଇଁ ନିମିଶା ୨୦୧୭ମସିହାରୁ ଜେଲ ଦଣ୍ଡ ଭୋଗୁଛନ୍ତି। ଗତବର୍ଷ ଶେଷରେ ୟେମେନ ରାଷ୍ଟ୍ରପତି ତାଙ୍କ ମୃତ୍ୟୁଦଣ୍ଡକୁ ମଞ୍ଜୁରୀ ଦେଇଥିବା ବେଳେ ଆଉ ମାତ୍ର ୬ଦିନ ପରେ ଅର୍ଥାତ୍ ଜୁଲାଇ ୧୬ରେ ତାଙ୍କୁ ଫାଶୀ ଦିଆଯିବ ବୋଲି ଜଣାପଡ଼ିଛି। ଏମଧ୍ୟରେ ତାଙ୍କୁ ବଞ୍ଚାଇବା ପାଇଁ ତୁରନ୍ତ ଏହି ଘଟଣା ଉପରେ ଧ୍ୟାନ ଦେବାକୁ ଭାରତର ସୁପ୍ରିମକୋର୍ଟରେ ଏକ ଅବେଦନ କରାଯାଇଛି।

ଘଟଣାର ଗୁରୁତ୍ବକୁ ଦେଖି ସୁପ୍ରିମକୋର୍ଟ ଜୁଲାଇ ୧୧ରେ ଅର୍ଥାତ୍ କାଲି ଏହା ଉପରେ ଶୁଣାଣି କରିବେ ବୋଲି କହିଛନ୍ତି।ଆବେଦନକାରୀଙ୍କ ଓକିଲ କୋର୍ଟକୁ କହିଛନ୍ତି ଯେ, ନିମିଶା ପ୍ରିୟାକୁ ଜୁଲାଇ ୧୬ରେ ଫାଶୀ ଦିଆଯିବ। ଯଦି କେନ୍ଦ୍ର ସରକାର କୂଟନୈତିକ ସ୍ତରରେ ହସ୍ତକ୍ଷେପ କରନ୍ତି, ତେବେ ଏହି ମାମଲାରେ ଏକ ସମାଧାନ ମିଳିପାରିବ। ତେବେ‌ ଏହା ଉପରେ ଶୁଣାଣି ହେବା ପରେ ନିମିଶାଙ୍କ ଭବିଷ୍ୟତ କ’ଣ ତାହା ଜଣାପଡ଼ିପାରିବ।

ଉଲ୍ଲେଖଯୋଗ୍ୟ, ୟେମେନରେ ରହୁଥିବା ଜଣେ ଭାରତୀୟ ନର୍ସ ଟଙ୍କା ରୋଜଗାର ପାଇଁ ସେଠାକୁ ଯାଇଥିଲେ। ଟଙ୍କା ରୋଜଗାର କରି ସେ ନିଜ ପରିବାରର ଦାୟିତ୍ବ ନେବେ ଓ ନିଜର ଏକ କ୍ଲିନିକ ଖୋଲିବେ ବୋଲି ଭାବିଥିଲେ। ହେଲେ କିଛି ବର୍ଷ ମଧ୍ୟରେ ତାଙ୍କର ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଥିଲେ। ନର୍ସ ପରିବର୍ତ୍ତେ ସେ ବନିଯାଇଥିଲେ କଏଦୀ।

୨୦୧୭ରେ ୟେମେନ ନାଗରିକ ତଲଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ ନର୍ସ ନିମିଶା ପ୍ରିୟା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏକ ବର୍ଷ ପରେ ତାଙ୍କୁ ୟେମେନର ଏକ ଟ୍ରାଏଲ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେହି ଦିନଠାରୁ ନର୍ସଙ୍କ ପରିବାର ଝିଅକୁ ମୁକ୍ତ କରିବା ପାଇଁ ସଂଗ୍ରାମ କରିଆସୁଛନ୍ତି। ଟ୍ରାଏଲ କୋର୍ଟର ଆଦେଶ ବିରୋଧରେ ନର୍ସଙ୍କ ପରିବାର ୟେମେନର ସୁପ୍ରିମକୋର୍ଟଙ୍କ ନିକଟକୁ ମଧ୍ୟ ଯାଇଥିଲେ। କିନ୍ତୁ ୨୦୨୩ ମସିହାରେ ତାଙ୍କ ଆବେଦନ ଖାରଜ କରାଯାଇଥିଲା। ଏହା ପରେ ୟେମେନର ରାଷ୍ଟ୍ରପତି ୨୦୨୪ରେ ମଧ୍ୟ ନର୍ସଙ୍କ ପରିବାର ଆବେଦନକୁ ଖାରଜ କରି ମୃତ୍ୟୁଦଣ୍ଡକୁ ଅନୁମୋଦନ ଦେଇଥିଲେ। ନର୍ସଙ୍କ ମୁକ୍ତି ତଲଲ ଅବଦୋ ମହଦିଙ୍କ ପରିବାର ଏବଂ ତାଙ୍କ ଆଦିବାସୀ ନେତାଙ୍କ କ୍ଷମା ଉପରେ ନିର୍ଭରଶୀଳ ଥିଲା। ସେମାନେ କ୍ଷମା ନଦେବାରୁ ନର୍ସଙ୍କ ମୃତ୍ୟୁଦଣ୍ଡକୁ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe