ଅଭିଯୋଗକାରୀଙ୍କୁ ଭର୍ତ୍ସନା କରି କୋର୍ଟ କହିଲେ, ‘ବିବାହିତା ଅବସ୍ଥାରେ ଅନ୍ୟ ପୁରୁଷ ସହିତ କେଉଁ ଉଦ୍ଦେଶ୍ୟ ରଖି ସମ୍ପର୍କ ରଖିଥିଲ’

ବିଚାରପତି ଏମ୍ଏମ୍ ସୁନ୍ଦରେଶ ଏବଂ ବିଚାରପତି ଏନ୍. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଅଭିଯୋଗକାରୀ ମହିଳାଙ୍କୁ ଖୁବ ଭର୍ତ୍ସନା କରିଥିଲେ।

0fbf91cb-d607-470b-85be-5410cbbc25d3

ନୂଆଦିଲ୍ଲୀ: ଗତ ବୁଧବାର (ଜୁଲାଇ ୧୬, ୨୦୨୫) ବିଚାରପତି ଏମ୍ଏମ୍ ସୁନ୍ଦରେଶ ଏବଂ ବିଚାରପତି ଏନ୍. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଅଭିଯୋଗକାରୀ ମହିଳାଙ୍କୁ ଖୁବ ଭର୍ତ୍ସନା କରିଥିଲେ।

ଅଭିଯୋଗକାରୀ ମହିଳାଙ୍କ କହିବା କଥା ହେଲା, ‘ମୁଁ ୨୦୧୬ରେ ସୋସିଆଲ ମିଡିଆ ମାଧ୍ୟମରେ ଉକ୍ତ ଯୁବକଙ୍କୁ ଜାଣିଥିଲି। ତାଙ୍କରି  ଚାପରେ ମୁଁ ଚଳିତ ବର୍ଷ ମାର୍ଚ୍ଚ ୬ ତାରିଖରେ ମୋ ସ୍ୱାମୀଙ୍କୁ ଛାଡପତ୍ର ଦେଇ ଦେଇଥିଲି। ଛାଡ଼ପତ୍ର ପରେ ମୁଁ ବିବାହ ପାଇଁ କହିବାରୁ ଯୁବକ ଜଣକ ମନା କରିବା ସହିତ ମୋ ସାଙ୍ଗରେ କୌଣସି ପ୍ରକାର ଯୋଗାଯୋଗ ରଖି ନଥିଲେ।’

ଆବେଦନକାରୀଙ୍କ ଯୁକ୍ତି ଉପରେ ସୁପ୍ରିମକୋର୍ଟ କହିଥିଲେ, 'ତୁମେ ଜଣେ ବିବାହିତ ମହିଳା ଏବଂ ତୁମର ଦୁଇଜଣ ସନ୍ତାନ ବି ଅଛନ୍ତି। ତୁମେ ଜଣେ ପରିପକ୍ୱ ମହିଳା ଏବଂ ତୁମେ ବିବାହିତ ଅବସ୍ଥାରେ ଅନ୍ୟ ଜଣେ ପୁରୁଷ ସହିତ କେଉଁ ଉଦ୍ଦେଶ୍ୟ ରଖି ସମ୍ପର୍କ ସ୍ଥାପନ କରୁଥିଲ ତାହା ବୁଝି ହେଉନାହିଁ।' 

କୋର୍ଟ ଅଭିଯୋଗକାରୀ ମହିଳାଙ୍କୁ ଏପରି ପ୍ରଶ୍ନ କରିବାରୁ ଓକିଲ ସଫେଇ ଦେଇ କହିଥିଲେ, ‘ଉକ୍ତ ପୁରୁଷ ଜଣକ ମହିଳାଙ୍କୁ ବାରମ୍ବାର ହୋଟେଲକୁ ଡାକୁଥିଲେ।’

ଏହାର ବି ଉତ୍ତର ଦେଇ ସୁପ୍ରିମକୋର୍ଟ ମହିଳାଙ୍କୁ ପଚାରିଲେ, 'ତୁମେ ତାଙ୍କ ଡାକରେ କାହିଁକି ବାରମ୍ବାର ଯାଉଥିଲ?' ତୁମେ ଭଲ ଭାବରେ ଜାଣ ଯେ ବିବାହିତ ଅବସ୍ଥାରେ ଅନ୍ୟ କାହା ସହିତ ଶାରୀରିକ ସମ୍ପର୍କ ରଖିବା ଏକ ଅପରାଧ। ଆପଣ ଜାଣନ୍ତି ବିବାହିତା ମହିଳା ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିଲେ ତାଙ୍କ ବିରୋଧରେ ମାମଲା  ବି ରୁଜୁ ହୋଇପାରିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe