Economics Times
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ନୂତନ କୃଷି ଆଇନକୁ କେନ୍ଦ୍ର କରି ସରକାର ଓ କୃଷକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ଅବସାନ ଉଦ୍ଦେଶ୍ୟରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ୟାନେଲ ଆଜି ଠାରୁ କୃଷକମାନଙ୍କ ସହ ଏହାର ପରାମର୍ଶ ପ୍ରକ୍ରିୟା ଆରମ୍ଭ କରିଛି। ଆଜି ପ୍ରଥମ ଦିନରେ ଓଡ଼ିଶା ସମେତ ଦେଶର ଆଠଟି ରାଜ୍ୟରୁ ୧୦ଟି କୃଷକ ସଂଗଠନ ସହ ପ୍ୟାନେଲ ସଦସ୍ୟମାନେ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିବା ସହ ସେମାନଙ୍କର ପରାମର୍ଶକୁ ରେକର୍ଡ କରିଛନ୍ତି।
ସୁପ୍ରିମ୍ କୋର୍ଟଙ୍କ ପ୍ୟାନେଲ ସହ ଆଜିର ଆଲୋଚନାରେ ଓଡ଼ିଶା ସମେତ କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ ପ୍ରମୁଖ ୮ଟି ରାଜ୍ୟର ଦଶଟି କୃଷକ ସଂଗଠନ ଭାଗ ନେଇଥିଲେ।
Image Courtesy of New Indian Expressଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୧୧ ତାରିଖରେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କର ନୂତନ ତିନିଟି କୃଷି ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିଥିଲେ, ଯାହା ବିରୁଦ୍ଧରେ କୃଷକମାନେ ପ୍ରାୟ ଦୁଇମାସ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଏଥିସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏବଂ ଏହି ସମସ୍ୟାର ସମାଧାନ ପାଇଁ ଏକ ଚାରିଜଣିଆ ପ୍ୟାନେଲ୍ ନିଯୁକ୍ତ କରଥିଲେ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟ। ତେବେ, ବର୍ତ୍ତମାନ ପ୍ୟାନେଲରେ ତିନିଜଣ ସଦସ୍ୟ ଅଛନ୍ତି। ଚତୁର୍ଥ ସଦସ୍ୟ ଭାରତ କିଷାନ ୟୁନିଅନର ସଭାପତି ଭୂପିନ୍ଦର ସିଂ ମନ୍ କମିଟିରୁ ନିଜକୁ ଦୂରେଇ ରଖିଛନ୍ତି।
ଆଜିର ଆଲୋଚନା ପରେ ପ୍ୟାନେଲର ସଦସ୍ୟମାନେ ଏକ ବିବୃତିରେ କହଛନ୍ତିି ଯେ ଆଜି ବିଭିନ୍ନ କୃଷକ ସଂଗଠନ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କଥାବାର୍ତ୍ତା କରାଯାଇଥିଲା। ଏଥିରେ କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ତେଲେଙ୍ଗାନା, ତାମିଲନାଡୁ ଏବଂ ଉତ୍ତରପ୍ରଦେଶର ଦଶଟି କୃଷକ ସଂଗଠନ କମିଟି ସଦସ୍ୟଙ୍କ ସହ ଆଲୋଚନାରେ ଭାଗ ନେଇଥିଲେ ବୋଲି କୁହାଯାଇଛି। ଏହି ବିବୃତିରେ କୁହାଯାଇଛି ଯେ କୃଷକ ସଂଗଠନଗୁଡ଼ିକ ଏହି ଆଲୋଚନାରେ ଭାଗ ନେଇଥିଲେ ଏବଂ ନୂତନ କୃଷି ଆଇନ ସଂପର୍କରେ ସେମାନଙ୍କର ଖୋଲା ମତ ପ୍ୟାନେଲ ସମ୍ମୁଖରେ ରଖିଥିଲେ।
Follow Us