ନୂଆଦିଲ୍ଲୀ: ନିର୍ବାଚିତ ଲୋକ ପ୍ରତିନିଧିମାନେ ସେମାନଙ୍କର ଯେଉଁ ସମ୍ପତ୍ତି ବିବରଣୀ ଦାଖଲ କରୁଛନ୍ତି ତାହାର ଯାଞ୍ଚ ପ୍ରକ୍ରିୟା ପାଇଁ କେନ୍ଦ୍ର ସରକାର ବିହୀତ ପଦକ୍ଷେପ କାହିଁକି ଗ୍ରହଣ କରିନାହାନ୍ତି ବୋଲି ସୁପ୍ରିମ୍ କୋର୍ଟ ପ୍ରଶ୍ନ କରିଛନ୍ତି। ଗତ ବର୍ଷ ସୁପ୍ରିମ୍ କୋର୍ଟ ଏ ବାବଦରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଇନ ମନ୍ତ୍ରାଳୟ ପକ୍ଷରୁ ତାହାର ପାଳନ ହୋଇନାହିଁ। ଲୋକ ପ୍ରତିନିଧିଙ୍କ ସମ୍ପତ୍ତି ଅନୁଚିତ ଭାବେ ବୃଦ୍ଧି ପାଇଚାଲିଲେ ଗଣତନ୍ତ୍ର ଦୁର୍ବଳ ହେବ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗଇ କହିଛନ୍ତି। ଏକ ସ୍ବେଚ୍ଛାସେବୀ ସଂଗଠନ ଲୋକପ୍ରହରୀ ଦ୍ବାରା ଦାଏର ହୋଇଥିବା ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଆଇନ ମନ୍ତ୍ରାଳୟର ସଚିବ ଏ ଦିଗରେ କି କି ପଦକ୍ଷେପ ନେଇଛନ୍ତି ତାହା କୋର୍ଟକୁ ଜଣାଇବାକୁ ପଡ଼ିବ।
କେନ୍ଦ୍ରକୁ ସୁପ୍ରିମ୍ କୋର୍ଟଙ୍କ ପ୍ରଶ୍ନ, ସମ୍ପତ୍ତି ତାଲିକାର ଯାଞ୍ଚ ବ୍ୟବସ୍ଥା ନାହିଁ କାହିଁକି?
Advertisment
Follow Us