ଖଣିମାଲିକଙ୍କଠାରୁ ଜରିମାନା ଅାଦାୟ ଲାଗି ରାଜ୍ୟ ସରକାରଙ୍କୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ

Advertisment
ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଓ ତାଙ୍କ ପରିବାରର ସଦସ୍ୟମାନେ ଆୟର ସୂତ୍ର ଘୋଷଣା କରନ୍ତୁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ଦ୍ଧାରିତ ସମୟ ଅବଧିରେ ଜରିମାନା ପୈଠ ନକରିଥିବା ଖଣି ଲିଜଧାରୀ ଓ ଜରିମାନା ଦାଖଲ କରିନଥିବାରୁ ବନ୍ଦ ରହିଥିବା ଖଣିମାଲିକଙ୍କ ଠାରୁ ଜରିମାନା ଅାଦାୟ ଲାଗି ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ରାଜ୍ୟରେ ପ୍ରଚଳିତ ଅାଇନ ବ୍ୟବସ୍ଥା ଅନୁସାରେ ଖଣିମାଲିକଙ୍କ ଠାରୁ ଜରିମାନା ଅାଦାୟ ଲାଗି ସୁପ୍ରିମକୋର୍ଟ କହିଛନ୍ତି। ଏ ସଂପର୍କିତ ଅନ୍ୟ ଏକ ମାମଲାରେ ଜରିମାନା ପୈଠ କରି ନଥିବା ଖଣି ସଂସ୍ଥା ଇଡକଲକୁ  ୧୨ ପ୍ରତିଶତ ସୁଧ ସହ ବକେୟା ଜରିମାନା ପୈଠ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ମଙ୍ଗଳବାର ହୋଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୦ ଦିନ ପରେ କରାଯିବ ବୋଲି ସ୍ଥିର ହୋଇଛି।

ଉଲ୍ଳେଖଯୋଗ୍ୟ କି, ଡିସେମ୍ବର ୩୧ ସୁଦ୍ଧା ଖଣି ଲିଜଧାରୀମାନଙ୍କ ପାଖରୁ ଜରିମାନା ବାବଦରେ ଯେଉଁ ଅର୍ଥରାଶି ଆଦାୟ କରାଯାଇଥିଲା ସେ ସମ୍ପର୍କରେ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ରିପୋର୍ଟ ପ୍ରଦାନ କରିସାରିଛନ୍ତି। ରାଜ୍ୟ ସରକାରଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଖଣି ଲିଜଧାରୀ ଓ ବନ୍ଦ ରହିଥିବା ଖଣି ପ୍ରସଙ୍ଗରେ ପରବର୍ତ୍ତୀ ପଦକ୍ଷେପ ଓ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe