ରାମଜାନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଚାହିଁଲେ ମତଦାନ ସମୟକୁ ପରିବର୍ତ୍ତନ କରି ପାରିବେ: ସୁପ୍ରିମ୍‌ କୋର୍ଟ

Advertisment
ରାମଜାନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଚାହିଁଲେ ମତଦାନ ସମୟକୁ ପରିବର୍ତ୍ତନ କରି ପାରିବେ: ସୁପ୍ରିମ୍‌ କୋର୍ଟ

Latestly

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ କରିବାକୁ ନିର୍ବାଚନ ନିଷ୍ପତ୍ତି ନେଇଥିବା ବେଳେ ଏଥି ମଧ୍ୟରୁ ୪ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇ ସାରିଛି। ଏବେ ଆଉ ମାତ୍ର ୩ଟି ପର୍ଯ୍ୟାୟରେ ମତଦାନ କରଯିବାକୁ ବାକି ରହିଛି। ତେବେ, ମୁସଲମାନ ସଂପ୍ରଦାୟର ପବିତ୍ର ରମ୍‌ଜାନ ମାସ ଆସନ୍ତା ମେ’ ୬ ତାରିଖରୁ ଆରମ୍ଭ ହେଉଛି। ଏହାକୁ ଦୃଷ୍ଟିରେ ରଖି ମତଦାନ ହେବାକୁ ଥିବା ଅବଶିଷ୍ଟ ପର୍ଯ୍ୟାୟରେ ମତଦାନ ସମୟରେ ପରିବର୍ତ୍ତନ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ ହୋଇଛି।

ସୁପ୍ରିମ୍‌ କୋଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ଯାଚିକାର ଶୁଣାଣି କରି କହିଛନ୍ତି ଯେ ନିର୍ବାଚନ କମିଶନ ବହୁ ପୂର୍ବରୁ ନିର୍ବାଚନ ପାଇଁ ମତଦାନର ତାରିଖ ଓ ସମୟ ସ୍ଥିର କରି ସାରିଥିବାରୁ ବର୍ତ୍ତମାନ ସୁପ୍ରିମ୍‌ କୋର୍ଟ ଏଥିରେ ଆଉ ହସ୍ତକ୍ଷେପ କରିପାରବେ ନାହିଁ। ତେବେ, ରମଜାନ ମାସର ଗୁରୁତ୍ୱ ଓ ମୁସଲମାନ ସଂପ୍ରଦାୟର ଭାଗାବେଗକୁ ଦେଖି ଯଦି ନିର୍ବାଚନ କମିଶନ ଚାହିଁବେ ତେବେ ମତଦାନ ସମୟରେ ପରିବର୍ତ୍ତନ ଆଣିପାରିବେ। ଏବଂ ରମଜାନ କାଳରେ ମତଦାନ ସମୟ ସକାଳ ୭ଟା ପରିବର୍ତ୍ତେ ଭୋର ୫ଟାରୁ ଆରମ୍ଭ କରି ପାରିବେ ବୋଲି ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇ ମାମଲାର ଶୁଣାଣିକୁ ଶେଷ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe