ରଣବୀର ଆଲ୍ଲାହବାଦିଆଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ବସ୍ତି: ପୁଣି ‘ସୋ’ କରିପାରିବେ

ୟୁଟ୍ୟୁବର ରଣବୀର ଆଲ୍ଲାହବାଦିଆଙ୍କୁ ସୁପ୍ରିମକୋର୍ଟରେ ଆଶ୍ବସ୍ତି ମିଳିଛି। ସୁପ୍ରିମକୋର୍ଟ ଆଜି ତାଙ୍କ ‘ସୋ’ ଉପରୁ କଟକଣା ହଟାଇଛନ୍ତି। ସେ ପୂର୍ବପରି ସୋ କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି।

gjddgjjgd

ନୂଆଦିଲ୍ଲୀ: ୟୁଟ୍ୟୁବର ରଣବୀର ଆଲ୍ଲାହବାଦିଆଙ୍କୁ ସୁପ୍ରିମକୋର୍ଟରେ ଆଶ୍ବସ୍ତି ମିଳିଛି। ସୁପ୍ରିମକୋର୍ଟ ଆଜି ତାଙ୍କ ‘ସୋ’ ଉପରୁ କଟକଣା ହଟାଇଛନ୍ତି। ସେ ପୂର୍ବପରି ସୋ କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି। କିନ୍ତୁ କୋର୍ଟ କହିଛନ୍ତି ଏଥିରେ ନୈତିକତା‌ ଏବଂ ଭଦ୍ରାମି ରହିବା ଉଚିତ। ଆଲ୍ଲାହବାଦିଆ ସୁପ୍ରିମକୋର୍ଟରେ ଏକ ଆବେଦନ କରି କହିଥିଲେ ଯେ ପଡ୍‌କାଷ୍ଟ୍‌ ହେଉଛି ତାଙ୍କ ଜୀବିକାର ଏକମାତ୍ର ଉତ୍ସ। ଏହାଦ୍ବାରା ସେ ୨୮୦ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ତେଣୁ ତାଙ୍କୁ  ‘ସୋ’ ପାଇଁ ପୁଣିଥରେ ଅନୁମତି ଦେବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ।  

ସମୟ ରାଇନାଙ୍କ ଉପରେ ବର୍ଷି‌‌ଲେ

ଆଲ୍ଲାହବାଦିଆଙ୍କ ଆବେଦନକୁ ବିଚାରକୁ ନେଇ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଏନ୍‌ କୋଟିଶ୍ବର ସିଂହ ତାଙ୍କୁ ଏଥିପାଇଁ ଅନୁମତି ‌ଦେଇଛନ୍ତି। କିନ୍ତୁ କୋର୍ଟ କହିଛନ୍ତି,  ନୈତିକତା ଏବଂ ବାକ୍‌ ସ୍ବାଧୀନତା ମଧ୍ୟରେ ସନ୍ତୁଳନ ରହିବା ଉଚିତ। ଅନ୍ୟପକ୍ଷେ ଡିଜିଟାଲ୍‌ ବିଷୟବସ୍ତୁ ନିୟମାବଳି ପ୍ରସ୍ତୁତ କଲାବେଳେ ମଧ୍ୟ କେନ୍ଦ୍ର ସରକାର ଏକଥା ବିଚାରକୁ ନେବାପାଇଁ କୋର୍ଟ କହିଛନ୍ତି। ସେହିପରି ଆଲ୍ଲାହବାଦିଆଙ୍କ ଅନ୍ତରୀଣ ସୁରକ୍ଷା ମିଆଦ ମଧ୍ୟ କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷେ ଆଲ୍ଲାହବାଦିଆ ଗୌହାଟୀରେ ତଦନ୍ତ ପ୍ରକ୍ରିୟାରେ ଯୋଗ ଦେବାପାଇଁ  କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  କୋର୍ଟ ଆଜି ହାସ୍ୟ ଅଭିନେତା ସମୟ ଇନାଙ୍କ ଉପରେ ବର୍ଷିଛନ୍ତି। ତାଙ୍କ ସୋକୁ ନେଇ ବିବାଦ ହୋଇଥିବାବେଳେ ସମୟ ରାଇନା ଏହି ସମୟରେ ଉକ୍ତ ମାମଲାରେ କାନାଡାରେ ଟିପ୍ପଣୀ ଦେଇଛନ୍ତି। କୋର୍ଟ ଏନେଇ ରାଇନାଙ୍କୁ କଡ଼ା ଚେତା‌ବନୀ ଦେଇଛନ୍ତି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ କହିଛନ୍ତି, ଏହି ଯୁବପିଢ଼ିମା‌ନେ ଭାବୁଛନ୍ତି ଯେ ଆମେମାନେ ପୁରୁଣାକାଳିଆ। କିନ୍ତୁ ଆମେ ସେମାନଙ୍କୁ କେମିତି ମୁକାବିଲା କରିବୁ ଜାଣୁ। କୋର୍ଟକୁ ଆଦୌ ହାଲୁକା ଭାବେ ଗ୍ରହଣ କରନା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe