Image Courtesy of Zee News
ନୂଆଦିଲ୍ଲୀ: ଯାତ୍ରୀ ଏବଂ ଟ୍ରାଭେଲ୍ ଏଜେଣ୍ଟମାନଙ୍କୁ ବିମାନ ଟିକେଟ୍ ଫେରସ୍ତ ନେଇ କ’ଣ କ’ଣ ପ୍ରକ୍ରିୟା ନିର୍ଦ୍ଧାରିତ ହୋଇଛି ସେଥିନେଇ ସ୍ପଷ୍ଟ କରିବାକୁ ଆଜି ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, କରୋନା ମହାମାରୀ ଜନିତ ଲକ୍ଡାଉନ ସମୟରେ ବହୁ ଯାତ୍ରୀ ଏବଂ ଟ୍ରାଭେଲ୍ ଏଜେଣ୍ଟମାନଙ୍କର ବିମାନ ଟିକେଟ୍ ରଦ୍ଦ କରି ଦିଆଯାଇଥିଲା। ବିମାନ ଟିକେଟ ଫେରସ୍ତ ନେଇ ନିର୍ଦ୍ଧାରିତ ପ୍ରକ୍ରିୟା ସମ୍ପର୍କରେ ସେପ୍ଟେମ୍ବର ୨୫ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସରକାରଙ୍କ ପକ୍ଷରୁ ସତ୍ୟପାଠ ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି। ବିଚାରପତି ଅଶୋକ, ବିଚାରପତି ଆର୍. ସୁଭାଷ ରେଡ୍ଡି ଏବଂ ପିଚାରପତି ଏମ୍.ଆର୍. ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Follow Us