ସୁଶୀଲ କୁମାରଙ୍କ ଜାମିନ୍ ବାତିଲ କଲେ ସୁପ୍ରିମକୋର୍ଟ, ସପ୍ତାହେ ଭିତରେ କରିବାକୁ ହେବ ଆତ୍ମସମର୍ପଣ

Advertisment

କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ବୁଧବାର ଦିନ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଏହି ମାମଲାରେ ଜାମିନ୍ ପାଇ ମୁକୁଳିଥିବା ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଜାମିନ୍ ବାତିଲ କରିଛନ୍ତି ସୁପ୍ରିମକୋର୍ଟ।

କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ବୁଧବାର ଦିନ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଏହି ମାମଲାରେ ଜାମିନ୍ ପାଇ ମୁକୁଳିଥିବା ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଜାମିନ୍ ବାତିଲ କରିଛନ୍ତି ସୁପ୍ରିମକୋର୍ଟ।

New Project (1)

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ବୁଧବାର ଦିନ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଏହି ମାମଲାରେ ଜାମିନ୍ ପାଇ ମୁକୁଳିଥିବା ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଜାମିନ୍ ବାତିଲ କରିଛନ୍ତି ସୁପ୍ରିମକୋର୍ଟ। ଏହା ସହିତ, ସର୍ବୋଚ୍ଚ ଅଦାଲତ ତାଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ମାସରେ, କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ତାଙ୍କୁ ସାଗର ଧନକର ହତ୍ୟା ମାମଲାରେ ଗିରଫ କରାଯାଇଥିଲା।  ପୂର୍ବରୁ ୨୦୨୩ ଜୁଲାଇରେ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ତାଙ୍କୁ ସାତ ଦିନର ଅନ୍ତରୀଣ ଜାମିନ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ଧନକରଙ୍କୁ ମେ’ ୪, ୨୦୨୧ ରାତିରେ ହତ୍ୟା କରାଯାଇଥିଲା। ଗତ ମେ ୪, ୨୦୨୧ରେ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ସୋନିପତନିବାସୀ ସାଗର ଧନକର ନାମକ ଜଣେ କୁସ୍ତିଯୋଦ୍ଧାଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ପୁରା ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହାପରେ ଦିଲ୍ଲୀ ପୁଲିସ କୁସ୍ତିଯୋଦ୍ଧା ସୁଶୀଲ କୁମାର ଓ ତାଙ୍କ କିଛି ସହଯୋଗୀଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe