ମହିଳା ଅଧିକାରୀଙ୍କୁ ସେନା ବାହିନୀରେ ‘ସ୍ଥାୟୀ କମିସନ୍‌’ ମିଳିବା ଉଚିତ: ସୁପ୍ରିମ୍‌ କୋର୍ଟ

Advertisment
ମହିଳା ଅଧିକାରୀଙ୍କୁ ସେନା ବାହିନୀରେ ‘ସ୍ଥାୟୀ କମିସନ୍‌’ ମିଳିବା ଉଚିତ: ସୁପ୍ରିମ୍‌ କୋର୍ଟ

Image Soruce: India Today

ନୂଆଦିଲ୍ଲୀ: ସେନା ବାହିନୀରେ ମହିଳା ଅଧିକାରୀମାନଙ୍କୁ ‘ପର୍‌ମାନେଣ୍ଟ୍‌ କମିସନ୍‌’ ଦିଆଯିବା ଉଚିତ ବୋଲି ସୁପ୍ରିମ୍‌ କୋର୍ଟ ଆଜି ରାୟ ଦେଇଛନ୍ତି। ଏଥିପାଇଁ ସରକାର ନିଜର ମନୋଭାବ ବଦଳାଇବା ଆବଶ୍ୟକ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ପରମାନେଣ୍ଟ୍‌ କମିସନ୍‌’ରେ ଚୟନ ହୋଇଥିବା ଜଣେ ଅଧିକାରୀ ୬୦ ବର୍ଷ ବୟସ ଯାଏଁ ସେନାବାହିନୀରେ ଚାକିରି କରନ୍ତି।

ଭାରତୀୟ ସେନାବାହନୀରେ ମହିଳା ଅଧିକାରୀମାନଙ୍କୁ ‘ପର୍‌ମାନେଣ୍ଟ୍‌ କମିସନ୍‌’ ଦିଆଯିବା ସପକ୍ଷରେ ଦିଲ୍ଲୀ ହାଇକୋର୍ଟ ପୂର୍ବରୁ ରାୟ ଦେଇଥିଲେ। ଏହାକୁ ଚାଲେଞ୍ଜ୍‌ କରି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

publive-image Image Source: Zee News

ସେନା ବାହିନୀରେ ମହିଳା ଅଧିକାରୀମାନଙ୍କୁ ପର୍‌ମାନେଣ୍ଟ୍‌ କମିସନ୍‌ ଏବଂ କମାଣ୍ଡ୍‌ ଆପଏଣ୍ଟ୍‌ମେଣ୍ଟ୍‌କୁ କେନ୍ଦ୍ର ସରକାର ବିରୋଧ କରୁଥିଲେ। ମହିଳା ଅଧିକାରୀମାନଙ୍କର ଶାରୀରିକ ଦକ୍ଷତା ଏବଂ ମାନସିକ ସ୍ଥିତିଜନିତ ସମସ୍ୟା ଅଛି ବୋଲି କେନ୍ଦ୍ର ସରକାର ଅଦାଲତଙ୍କୁ କହିଥିଲେ। ଏଥିପାଇଁ ମହିଳା ଅଧିକାରୀମାନେ କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାରେ ଅସମର୍ଥ ହୋଇ ପାରନ୍ତି ବୋଲି କେନ୍ଦ୍ର ସରକାର ଆଶଙ୍କା ପ୍ରକାଶ କରିଥିଲେ।

ଏହାଛଡ଼ା ସେନାବହିନୀରେ ଥିବା ପୁରୁଷ ସୈନ୍ୟମାନେ ଜଣେ ମହିଳା ଅଧିକାରୀଙ୍କ ଠାରୁ ଆଦେଶ ଗ୍ରହଣ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ନୁହନ୍ତି ବୋଲି କେନ୍ଦ୍ର ସରକାର ଦର୍ଶାଇଥିଲେ। ବିଶେଷକରି, ସୈନ୍ୟବାହିନୀରେ ଯୋଗ ଦେଇଥିବା ଗ୍ରାମାଞ୍ଚଳର ଯବାନମାନେ ମହିଳା ଅଧିକାରୀଙ୍କ ଠାରୁ ଆଦେଶ ଗ୍ରହଣ କରିବାକୁ କୁଣ୍ଠାବୋଧ କରିବେ। ଏଥିପାଇଁ ଆମର ଆମ ସାମାଜିକ ବ୍ୟବସ୍ଥାକୁ କେନ୍ଦ୍ର ସରକାର ଦାୟୀ କରିଥିଲେ।

କିନ୍ତୁ, କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ସୁପ୍ରିମ୍‌ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe