ହାଇକୋର୍ଟଙ୍କ ‘ପୀଡ଼ିତା ସମସ୍ୟାକୁ ଡାକିଥିଲେ’ ଟିପ୍ପଣୀକୁ ସୁପ୍ରିମ୍‌କୋର୍ଟଙ୍କ ସମାଲୋଚନା

Advertisment

ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟଙ୍କ ଏକ ଟିପ୍ପଣୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିକଟ‌ରେ ହାଇକୋର୍ଟ ଏକ ଦୁଷ୍କର୍ମ ମାମଲାରେ ଶୁଣାଣି କରିବା ସମୟରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବା....

ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟଙ୍କ ଏକ ଟିପ୍ପଣୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିକଟ‌ରେ ହାଇକୋର୍ଟ ଏକ ଦୁଷ୍କର୍ମ ମାମଲାରେ ଶୁଣାଣି କରିବା ସମୟରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବା....

Supreme Court

Supreme Court

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟଙ୍କ ଏକ ଟିପ୍ପଣୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିକଟ‌ରେ ହାଇକୋର୍ଟ ଏକ ଦୁଷ୍କର୍ମ ମାମଲାରେ ଶୁଣାଣି କରିବା ସମୟରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବା ସହ ପୀଡ଼ିତାଙ୍କୁ କହିଥିଲେ ଯେ ସେ ନିଜେ ହିଁ ସମସ୍ୟାକୁ ଆମନ୍ତ୍ରଣ କରିଥିଲେ। ହାଇକୋର୍ଟଙ୍କର ଏହି ଟିପ୍ପଣୀକୁ ଆଜି ସୁପ୍ରିମକୋର୍ଟ ସମାଲୋଚନା କରି କହିଛନ୍ତି, ଏଭଳି ସମ୍ବେଦନହୀନ ଟିପ୍ପଣୀ ଦେବା ଉଚିତ ନୁହେଁ। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୭ ତାରିଖରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଅନ୍ୟ ଏକ ବିବାଦୀୟ ରାୟ ‘ନାବାଳିକାଙ୍କ ସ୍ତନ ଧରିବା ଦୁଷ୍କର୍ମ ନୁହେଁ’ ବିରୋଧରେ ନିଜ ଆଡ଼ୁ ଆଜି ଶୁଣାଣି କରିବା ସମୟରେ କୋର୍ଟ ଏହି ପ୍ରସଙ୍ଗରେ ଅସନ୍ତୋଷ ଝାଡ଼ିଛନ୍ତି।

ଜଷ୍ଟିସ ବି.ଆର୍‌ ଗୱାଇ ଏବଂ ଏଜି ମସିହଙ୍କ ଖଣ୍ଡପୀଠ କହିଛନ୍ତି, ଅନ୍ୟ ଜଣେ ବିଚାରପତିଙ୍କ ଦ୍ବାରା ଅନ୍ୟ ଏକ ରାୟ ଦିଆଯାଇଛି। ଅଭିଯୁକ୍ତକୁ କେତେକ ଆଧାରରେ ଜାମିନ ଦିଆଯାଇପାରିବ, କିନ୍ତୁ ସେ (ପୀଡ଼ିତା) ନିଜେ ସମସ୍ୟାକୁ ଡାକିଥିଲେ ବୋଲି କହିବା ଠକ୍‌ ନୁହେଁ। ଏଭଳି କଥା କହିବା‌ ସମୟରେ ଏବଂ ବିଶେଷ କରି ଜଣେ ବିଚାରପତି ସମ୍ବେଦନଶୀଳ ମାମଲାରେ ଯତ୍ନବାନ୍‌ ହେବାକୁ ପଡ଼ିବ ବୋଲି ବିଚାରପତି କହିଛନ୍ତି। ଆହ୍ଲାବାଦ ହାଇକୋଟଙ୍କ ମାର୍ଚ୍ଚ ୧୭ ତାରିଖର ରାୟର ନିଜ ଆଡ଼ୁ ଶୁଣାଣି କରୁଥିବା ମାମଲା ସହ କୋର୍ଟ ଏହି ମାମଲାକୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି। ଉକ୍ତ ମାମଲା ଉପରେ ‌କୋର୍ଟ ୪ ସପ୍ତାହ ପରେ ଶୁଣାଣି କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe