Supreme Court: ହାଜତ ମୃତ୍ୟୁ ମାମଲାରେ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ମନାକଲେ ସୁପ୍ରିମ୍‌କୋର୍ଟ

Advertisment

ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ସୁପ୍ରିମ୍‌କୋର୍ଟରୁ ଜାମିନ୍‌ ମିଳିନାହିଁ। ସୋମବାର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଏନ୍‌ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କର...

ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ସୁପ୍ରିମ୍‌କୋର୍ଟରୁ ଜାମିନ୍‌ ମିଳିନାହିଁ। ସୋମବାର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଏନ୍‌ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କର...

09bbs_93_09022026_112

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ସୁପ୍ରିମ୍‌କୋର୍ଟରୁ ଜାମିନ୍‌ ମିଳିନାହିଁ। ସୋମବାର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଏନ୍‌ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କର ପୁଲିସ ହାଜତ ମୃତ୍ୟୁ ମାମଲାରେ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ସୁପ୍ରିମ୍‌କୋର୍ଟ ସେଙ୍ଗରଙ୍କ ବିରୋଧରେ ମାମଲା ଫାଷ୍ଟଟ୍ରାକ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କୁ ତିନିମାସ ଭିତରେ ଆବେଦନ ଉପରେ ରାୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସେଙ୍ଗରଙ୍କ ପକ୍ଷରୁ ଦିଆଯାଇଥିବା ଯୁକ୍ତିରେ ତାଙ୍କୁ ହାଜତ ମୃତ୍ୟୁ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା କୁହାଯାଇଥିଲା। ରେମିସନକୁ ମିଶାଇ ସେ ୯ ବର୍ଷ ୭ ମାସ ଜେଲରେ କାଟିସାରିଥିବାରୁ ତାଙ୍କୁ ଜାମିନ ମିଳିବା କଥା। ପ୍ରଧାନ ବିଚାରପତି ଦଣ୍ଡାଦେଶ ସ୍ଥଗିତ ରଖିବା କୋର୍ଟଙ୍କ ବିବେକ ଉପରେ ନିର୍ଭର କରୁଛି ବୋଲି କହିବା ସହିତ ସେଙ୍ଗରଙ୍କର ଆପରାଧିକ ଇତିହାସ ରହିଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: Assam: ଗୋ‌ଗୋଇ କହିଲେ ତାଙ୍କ ପିଲାଙ୍କୁ ମଧ୍ୟ ବିବାଦକୁ ଟଣାଯାଉଛି

ନିରପେକ୍ଷ ଶୁଣାଣି ଉପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ସେଙ୍ଗରଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଆମର ହାଇକୋର୍ଟଙ୍କ ଉପରେ ଭରସା ଅଛି। ଆମ ଦେଶରେ ସମସ୍ତଙ୍କ ପାଇଁ ନିରପେକ୍ଷ ଶୁଣାଣି ହୋଇଥାଏ। ଆପଣ ଗର୍ବ କରିବା କଥା ଯେ, ଆମ ଦେଶ ଏହାର ସାର୍ବଭୌମତ୍ବ ଉପରେ ଆକ୍ରମଣ କରିଥିବା ଅଜମଲ କସାବର ମଧ୍ୟ ନିରପେକ୍ଷ ବିଚାର କରିଥିଲା। ସୂଚନାଯୋଗ୍ୟ, ପୀଡ଼ିତଙ୍କ ପକ୍ଷରୁ ସେଙ୍ଗରଙ୍କ ଦଣ୍ଡାଦେଶ ବୃଦ୍ଧି କରିବାକୁ ଆବେଦନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe