ସମସ୍ତ ଭିଭିପାଟ୍‌ ଗଣତି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ; ଆବେଦନକାରୀଙ୍କ ଉପରେ ବିରକ୍ତ ହେଲେ

Advertisment
ସୁପ୍ରିମ କୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ : କରୋନା ସମୟରେ ନିର୍ମାଣ ଶ୍ରମିକଙ୍କୁ ମିଳିଛି ୨୭୭ କୋଟି ଟଙ୍କା

photo- newsclick

ନୂଆଦିଲ୍ଲୀ: ମେ ୨୩ ତାରିଖରେ ଲୋକସଭା ଓ  ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନର ଗଣତି ହେବାକୁ ଯାଉଥିବା ବେଳେ ଗଣତି ସମୟରେ ସମସ୍ତ  ଇଭିଏମ୍‌  ସହ ଭିଭିପାଟ୍‌ ମେସିନକୁ ମଧ୍ୟ ଗଣତିରେ ସାମିଲ୍‌ କରିବାକୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମ୍‌ କୋର୍ଟରେ ଆବେଦନ କରାଯାଇଥିଲା। ମାତ୍ର ଏହି ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି।
ଚେନ୍ନାଇର ‘ଟେକ୍‌ ଫର୍‌ ଅଲ୍‌’ସଂସ୍ଥା ପକ୍ଷରୁ ଭୋଟ ଗଣନା ସମୟରେ ସମସ୍ତ  ଭିଭିପାଟ୍‌ ମେସିନ୍‌ର ସ୍ଲିପ୍‌ ଗଣାଯାଇ ତାହା ସଂପୃକ୍ତ ଇଭିଏମ୍‌ ମେସିନ୍‌ ସହ ମେଳ ଖୁଆଇବା ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଥିଲା। ମାତ୍ର ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ନାକଚ  କରିବା ସହ  ଏହା ଏକ ‘ବାଧା ସୃଷ୍ଟିକାରୀ କାର୍ଯ୍ୟ’ ବୋଲି ଅଭିହିତ କରିଥିଲେ। ଏଥି ସହ ସର୍ବୋଚ୍ଚ ଅଦାଲତ ମତ ଦେଇଥିଲେ କି ଆମେ ଏଭଳି  ଆବେଦନ ବାରମ୍ବାର ଗ୍ରହଣ କରିବୁ ନାହିଁ। ଜନତା ତାଙ୍କ ପ୍ରତିନିଧି ନିର୍ବାଚନ କରିବାକୁ ଯାଉଥିବାବେଳେ ସେଥିରେ ଆମେ ମୁଣ୍ଡ ପୂରାଇବାକୁ ଚାହୁଁ ନାହୁଁ। ଦେଶକୁ ତାର ସରକାର ନିର୍ବାଚନ କରିବାକୁ ଦିଆଯାଉ।
publive-image
ସୁପ୍ରିମ୍‌ କୋର୍ଟରେ ଏହାର ବିଚାର ସମୟରେ ଜଷ୍ଟିସ୍‌ ମିଶ୍ର କହିଥିଲେ କି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ପ୍ରସଙ୍ଗ ଉପରେ ରାୟ ଦେଇ ସାରିଛନ୍ତି। ତେଣୁ ଏହାକୁ ବିଚାରକୁ ଗ୍ରହଣ କରାଯିବା ନେଇ ଆବଶ୍ୟକତା ନାହିଁ।
 ମେ ୭ ତାରିଖ ଦିନ ସୁପ୍ରିମକୋର୍ଟ ୨୧ ବିରୋଧୀ ଦଳଙ୍କ ପକ୍ଷରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ୫୦ ପ୍ରତିଶତ ଭିଭିପାଟ୍‌ ମେସିନ୍‌ ଗଣତି କରିବାକୁ ନେଇ କରିଥିବା ଆବେଦନକୁ ନାକଚ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe