ରମଜାନ୍ ସମୟରେ ଆଗୁଆ ମତଦାନ କରିବା ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ

Advertisment
ରମଜାନ୍ ସମୟରେ ଆଗୁଆ ମତଦାନ କରିବା ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମ୍ କୋର୍ଟ  ରମଜାନ୍ ସମୟରେ ସକାଳ ୭ଟା ବଦଳରେ ଭୋର ୪ଟା ୩୦ ମିନିଟ୍ ବା ୫ଟା ସମୟରେ ମତଦାନ ଆରମ୍ଭ କରିବାକୁ ଯେଉଁ ଆବେଦନ କରାଯାଇଥିଲା ,ତାକୁ ଖାରଜ କରିଛନ୍ତି। ଏହାଉପରେ କୌଣସି ଶୁଣାଣି ବି ହେବ ନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ସଂଜୀବ ଖାନ୍ନା ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଆଗରୁ ନିର୍ବାଚନ କମିସନ୍ ଏ ବିଷୟରେ ନିଜର ମତ ସ୍ପଷ୍ଟ କରିସାରିଥିବାରୁ ଏହାକୁ ବଦଳାଯାଇପାରିବ ନାହିଁ।

ଏଠାରେ ସୂଚନାଯାଗ୍ୟ ଯେ ନିଜାମୁଦ୍ଦିନ ପାଶା ରମଜାନ୍ ସମୟରେ ସକାଳ ୭ଟା ବଦଳରେ ଭୋର ୪ଟା ୩୦ ମିନିଟ୍ ବା ୫ଟା ସମୟରେ ମତଦାନ ଆରମ୍ଭ କରିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ । ସେ ଦର୍ଶାଇଥିଲେ ଯେ ରମଜାନ୍ ସମୟରେ ମୁସଲମାନମାନେ ଉପବାସ କରିଥିବାରୁ ଖରାରେ ବାହାରକୁ ବାହାରି ଭୋଟ୍ ଦେବା ସହଜ ନୁହେଁ। ତେବେ ଗତ ମେ ୨ରେ ସୁପ୍ରିମକୋର୍ଟ ଏହା ଉପରେ ବିଚାର କରିବାକୁ ନିର୍ବାଚନ ଆୟୋଗଙ୍କୁ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe