ରେବନ୍ତଙ୍କ ବିରୋଧରେ ବି‌ଜେପିର ମାନହାନି ମାମଲା ଖାରଜ କଲେ ସୁପ୍ରିମକୋର୍ଟ: ‘ରାଜନେତାଙ୍କ ଚମଡ଼ା ମୋଟା ହେବା ଉଚିତ’

୨୦୨୪ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଦେଇଥିବା ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ମାନହାନି ମାମଲାକୁ ନିକଟରେ ହାଇକୋର୍ଟ ରଦ୍ଦ କରିଦେଇଥିଲେ।

Supreme Court

Supreme Court

ନୂଆ‌ଦିଲ୍ଲୀ: ‌୨୦୨୪ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଦେଇଥିବା ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ମାନହାନି ମାମଲାକୁ ନିକଟରେ ହାଇକୋର୍ଟ ରଦ୍ଦ କରିଦେଇଥିଲେ। ତେବେ ତେଲେଙ୍ଗାନା ବିଜେପି ଶାଖା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ବି ଆର୍‌ ଗୱାଇ , ଜଷ୍ଟିସ କେ ବିନୋଦ ଚନ୍ଦ୍ରନ୍‌ ଏବଂ ଅତୁଲ ଏସ୍‌ ଚନ୍ଦୁରକରଙ୍କ ଖଣ୍ଡପୀଠ କହିଛନ୍ତି, ରାଜନେତାମାନଙ୍କର ‘ଚମଡ଼ା ମୋଟା’ ହେବା ଉଚିତ। ପ୍ରଧାନ ବିଚାରପତି ଗୱାଇ କହିଛନ୍ତି, ଯଦି ଆପଣ ଜଣେ ଟାଣୁଆ ରାଜନେତା ତେବେ ଆପଣଙ୍କର ଏସବୁ ସହିବା ପାଇଁ ଚର୍ମ ‌ମୋଟା ହେବା ଉଚିତ। ପ୍ରଧାନ ବିଚାରପତି କହିଛନ୍ତି, ଆମେ ଅନେକ ‌କ୍ଷେତ୍ରରେ ଏହା ବାରମ୍ବାର କହିଆସିଛୁ ଯେ କୋର୍ଟ ରାଜନୈତିକ ରଣକ୍ଷେତ୍ର‌ରେ ପରିଣତ ହୋଇପାରିବନି। କୋର୍ଟ ମଧ୍ୟ ଏହି ମାମଲାରେ ଆବେଦନକାରୀଙ୍କୁ ୧୦ ଲକ୍ଷ ଜରିମାନା ପାଇଁ ଧମକ ଦେଇଛନ୍ତି। ଯଦି ଆବେଦନକାରୀ ଅଧିକ ଯୁକ୍ତି କରନ୍ତି ତେବେ ଜରିମାନା ରାଶି ବଢ଼ିବ ବୋଲି କୋର୍ଟ କହିଥିଲେ।  

ଗତବର୍ଷ ଏକ ରୢାଲିରେ ରେବନ୍ତ ରେଡ୍ଡି ଅଭିଯୋଗ କରିଥିଲେ ଯେ ବିଜେପି ଯଦି ୨୦୨୪ ଲୋକସଭା ନିର୍ବାଚନରେ ୪୦୦ରୁ ଅଧିକ ଆସନରେ ଜିତେ ତେବେ ବିଜେପି ସମ୍ବିଧାନ ବଦଳାଇଦେବ ଏବଂ ସଂରକ୍ଷଣ ବ୍ୟବସ୍ଥା ଶେଷ କରିଦେବ।  ରେଡ୍ଡିଙ୍କ ଏହି ଟିପ୍ପଣୀକୁ ବିରୋଧ କରି ତେଲେଙ୍ଗାନା ବିଜେପି ଶାଖା ଦ୍ବାରା ୨୦୨୪ ମେ’ରେ ଅଭିଯୋଗ ଦାଏର କରାଯାଇଥିଲା। ବିଜେପି ସାଧାରଣ ସମ୍ପାଦକ କେ ଭେଙ୍କଟଶ୍ବରଲୁ ଅଭିଯୋଗ କରିଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe