ଅଯୋଧ୍ୟାର ବିବାଦୀୟ ଜମି ଉପରେ ଶ୍ରୀରାମ ନବମୀ ପୂଜା କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇ ଆବେଦନକରୀଙ୍କ ଉପରେ ୫ ଲକ୍ଷର ଜରିମାନା ଲଦିଲେ ସୁପ୍ରିମ୍‌ କୋର୍ଟ

Advertisment
ଅଯୋଧ୍ୟାର ବିବାଦୀୟ ଜମି ଉପରେ ଶ୍ରୀରାମ ନବମୀ ପୂଜା କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇ ଆବେଦନକରୀଙ୍କ ଉପରେ ୫ ଲକ୍ଷର ଜରିମାନା ଲଦିଲେ ସୁପ୍ରିମ୍‌ କୋର୍ଟ

m.dailyhunt.in

ନୂଆଦିଲ୍ଲୀ: ଆସନ୍ତା ଶ୍ରୀରାମ ନବମୀ ପାଳନ ଅବସରରେ ଅଯୋଧ୍ୟାର ବିବାଦୀୟ ଜମି ଉପରେ ପୂଜା କରିବା ପାଇଁ ଅନୁମତି ପ୍ରଦାନ କରିବାକୁ ଆବେଦନ କରି ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ କରିବା ଘଟଣା ଆବେଦନକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ମାମଲାର ଶୁଣାଣି କରି ସୁପ୍ରିମ୍‌ କୋର୍ଟଙ୍କ ଏକ ଖଣ୍ଡପୀଠ ବିବାଦୀୟ ଜମି ଉପରେ କୌଣସି ପ୍ରକାରର ପୂଜାପାଠ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେବା ସହ ଆଗତ ମାମଲାକୁ ଖାରଜ କରି ଦେଇଛନ୍ତି। ଏଥିସହ ଅଯଥା ମାମଲା ଆଗତ କରି ଅଦାଲତଙ୍କ ସମୟ ନଷ୍ଟ କରିବା ଅଭିଯୋଗରେ ଆବେଦନକାରୀଙ୍କ ଉପରେ ୫ଲକ୍ଷ ଟଙ୍କାର ଜରିମାନା ଠୁଙ୍କିଛନ୍ତି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ।

publive-image

ଆଜି ଏହି ମାମଲାର ଶୁଣାଣି କାଳରେ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ ଅଯୋଧ୍ୟାର ବିବାଦୀୟ ଜମି ସଂପର୍କିିତ ମାମଲା ଏବେ ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନକ ଖଣ୍ଡପୀଠଙ୍କ ନିକଟରେ ବିଚାରାଧୀନ ଅବସ୍ଥାରେ ରହିଛି। ମାମଲାର ଗୁରୁତ୍ୱ ଓ ଏହାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଆପୋଷ ଆଲୋଚନା ଓ ବୁଝାମଣା ଭିତ୍ତିରେ ଏହି ବିବାଦର ସମାଧାନର ପନ୍ଥା ଓ ସୂତ୍ର ଖୋଜିବାକୁ ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନକ ଖଣ୍ଡପୀଠ ଏକ ପ୍ୟାନେଲ ମଧ୍ୟ ଗଠନ କରିଛନ୍ତି। ଏପରିସ୍ଥିତରେ ଅଯୋଧ୍ୟାର ବିବାଦୀୟ ଜମିରେ ବର୍ତ୍ତମାନ ବିରାଜ କରୁଥିବା ଶାନ୍ତିକୁ କୌଣସି ପରିସ୍ଥିତିରେ ବି ବ୍ୟାହତ ହେବାକୁ ଦିଆ ଯାଇପାରିବ ନାହିଁ। କିମ୍ବା, ଦେଶର ସାଂପ୍ରଦାୟିକ ସଦ୍‌ଭାବକୁ ନଷ୍ଟ ହେବାକୁ ଦିଆ ଯାଇପାରିବ ନାହିଁ ବୋଲି ବେଶ ସ୍ପଷ୍ଟ ଓ ଶାଣିତ ଭାବେ କହିଛନ୍ତି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe