କଳା କୋଟ୍‌ ପିନ୍ଧିବା ଅର୍ଥ ନୁହେଁ, ଆପଣଙ୍କ ଜୀବନ ଅନ୍ୟମାନଙ୍କ ଜୀବନଠାରୁ ମୂଲ୍ୟବାନ୍: ସୁପ୍ରିମ୍‌ କୋର୍ଟ

Advertisment
କଳା କୋଟ୍‌ ପିନ୍ଧିବା ଅର୍ଥ ନୁହେଁ, ଆପଣଙ୍କ ଜୀବନ ଅନ୍ୟମାନଙ୍କ ଜୀବନଠାରୁ ମୂଲ୍ୟବାନ୍: ସୁପ୍ରିମ୍‌ କୋର୍ଟ

Image Courtesy of Live Law

ନୂଆଦିଲ୍ଲୀ: କଳା କୋଟ୍‌ ପିନ୍ଧିବା ଅର୍ଥ ନୁହେଁ, ଆପଣଙ୍କ ଜୀବନ ଅନ୍ୟମାନଙ୍କ ଜୀବନଠାରୁ ମୂଲ୍ୟବାନ୍। କୋଭିଡ୍‌-୧୯ ଯୋଗୁଁ ଗୁଡ଼ାଏ ଲୋକ ପ୍ରାଣ ହରାଇଛନ୍ତି, ଆପଣ ସେଥିରୁ ବ୍ୟତିକ୍ରମ ହୋଇପାରିବେ ନାହିଁ ବୋଲି କହି ଆଜି ସୁପ୍ରିମ୍‌ କୋର୍ଟ କୋଭିଡ୍‌-୧୯ କାରଣରୁ ମୃତ ଓକିଲମାନଙ୍କ ପାଇଁ କ୍ଷତିପୂରଣ ଦାବି କରି ଆଗତ ପିଟିସନ୍‌କୁ ଖାରଜ କରିଛନ୍ତି

ଆଡ୍‌ଭୋକେଟ୍‌ ପ୍ରଦୀପ କୁମାର ଯାଦବ ଦାଏର କରିଥିବା ଉକ୍ତ ଜନସ୍ବାର୍ଥ ମାମଲାରେ ଦାବି ହୋଇଥିଲା କି, କୋଭିଡ୍-୧୯ କିଂବା ଅନ୍ୟ କୌଣସି କାରଣରୁ ମୃତ୍ୟୁବରଣ କରିଥିବା ୬୦ ବର୍ଷରୁ କମ୍ ବୟସ୍କ ଓକିଲମାନଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଭାବେ ୫୦ ଲକ୍ଷ ଟଙ୍କା ମିଳୁ।

ଏହି ପିଟିସନ୍‌କୁ ଚଞ୍ଚକତା ଏବଂ ମାମଲାକୁ ପ୍ରଚାରସର୍ବସ୍ବ କହି ସୁପ୍ରିମ୍‌ କୋର୍ଟ ମଧ୍ୟ ଜନସ୍ବାର୍ଥ ମାମଲା ଦାଏର କରିଥିବା ଉକ୍ତ ଓକିଲଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।

publive-image Image Courtesy of NDTV

ଓକିଲମାନଙ୍କ ପ୍ରତି ବ୍ୟତିକ୍ରମ ନ କରିବାକୁ ଇଚ୍ଛା କରି ବିଚାରପତି ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼, ବିକ୍ରମ ନାଥ ଏବଂ ବିଭି ନଗରନାଥନଙ୍କ ଖଣ୍ଡପୀଠ କହିଲେ, କେବଳ କଳା କୋଟ୍‌ ପିନ୍ଧିବା ଅର୍ଥ ନୁହେଁ ଯେ, ଆପଣଙ୍କ ଜୀବନ ଅନ୍ୟମାନଙ୍କ ଜୀବନ ଠାରୁ ମୂଲ୍ୟବାନ୍। କୋଭିଡ୍‌-୧୯ ଯୋଗୁଁ ଗୁଡ଼ାଏ ଲୋକ ପ୍ରାଣ ହରାଇଛନ୍ତି, ଆପଣ ସେଥିରୁ ବ୍ୟତିକ୍ରମ ହୋଇପାରିବେ ନାହିଁ।

୧୦ ହଜାର ଟଙ୍କା ଜରିମାନା ହାଙ୍କି ଉକ୍ତ ପିଟିସନ୍‌କୁ ଖାରଜ କରି ଖଣ୍ଡପୀଠ କହିଲେ, ବାର୍‌ ସଦସ୍ୟଙ୍କ କୋଭିଡ୍‌ଜନିତ ମୃତ୍ୟୁ ପାଇଁ କୌଣସି ବ୍ୟତିକ୍ରମ କରିବାର କାରଣ ଥିବା କଥା ଆମର ମନେହୁଏ ନାହିଁ। ପିଟିସନ୍‌ଟିକୁ ପଢ଼ି ବୁଝିବା ପରେ, ଖଣ୍ଡପୀଠ କହିଲେ, ଓକିଲଜଣକ ‘କପି ଆଣ୍ଡ୍‌ ପେଷ୍ଟ୍‌’ (ନକଲ) କରିଛନ୍ତି। କାରଣ ପିଟିସନ୍‌ରେ ଉତ୍ଥାପନ କରାଯାଇଥିବା ସମସ୍ୟା ସହ ଦର୍ଶାଯାଇଥିବା କୌଣସି କାରଣ ପ୍ରାସଙ୍ଗିକ ନୁହେଁ। ଅଗତ୍ୟା, ଆମ୍ଭେ ୧୦ ହଜାର ଟଙ୍କା ଜରିମାନା ପକାଇ ଏହି ପିଟିସନ୍‌କୁ ଖାରଜ କଲୁ। ଆଜିକୁ ମିଶାଇ ଗୋଟିଏ ସପ୍ତାହ ମଧ୍ୟରେ ଜରିମାନା ଅର୍ଥରାଶି ପୈଠ କରିବାକୁ ଏତଦ୍ଦ୍ବାରା ନିର୍ଦେଶ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe